ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଜରିଆରେ ବୟବହୁଳ ଅସ୍ତ୍ରପ୍ରଚାର ମାଗଣାରେ କରାଯାଇଅଛି । ଯାହା ଫଳରେ ଜଣେ ଯୁବକଙ୍କ ହିପରିପ୍ଲସମେଣ୍ଟ କରାଯାଇଛି । ଯୁବକ ଜଣକ ଦୀର୍ଘଦିନର ଯନ୍ତ୍ରଣାରୁ ମୁକ୍ତି ପାଇ ଆରୋଗ୍ୟ ଲାଭ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଜଲକ୍ରୀଡା ଗ୍ରାମର ବାଲି ନାଏକ (୩୦)ତାଙ୍କୁ ବିଶାଖାପାଟଣାମ ଏକ ଘରୋଇ ଡାକ୍ତରଖାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଜରିଆରେ ହିପ ରିପ୍ଲେସମେଣ୍ଟ ଅସ୍ତ୍ରପ୍ରଚାର ସଫଳ ହୋଇଛି । ବାଲି ନାଏକ ଏବଂ ପରିବାର ବର୍ଗ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ବାଲିଙ୍କ ଅଣ୍ଟାରୁ ହିପ ଖସି ଯିବା ଯୋଗୁଁ ଗତ ୫ ବର୍ଷ ଧରି ଭୀଷଣ ଯନ୍ତ୍ରଣା ଭୋଗୀ ଆସୁଥିଲେ । ଅର୍ଥ ଅଭାବ ଯୋଗୁଁ ଚିକିତ୍ସା ପାଇଁ ପରିବାର ନିକଟରେ କୋଣସି ଉପାୟ ନଥିଲା । ବାଲିଙ୍କ ସ୍ତ୍ରୀ ମମତା ନିଜ ସୁନା ଖଣ୍ଡିକ ବନ୍ଧକ ରଖି ଭବାନୀପାଟଣା ଡାକ୍ତରଖାନାକୁ ନେଇଥିଲା । ଡାକ୍ତର ବାଲିଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ମମତା କଟକ ନେବା ପାଇଁ ଦୁଇ ଛୁଆ ନରେଶ (୫ବର୍ଷ) ଓ ହିତେଶ (ଦେଢ ବର୍ଷ)କୁ ଧରି ଯିବାପାଇଁ ସକ୍ଷମ ନଥଲେ । ସ୍ୱାମୀଙ୍କ ଚିକିତ୍ସା ପାଇଁ ନିଜ ପାଖରେ ଅର୍ଥର ଘୋର ସଙ୍କଟ ଦେଖାଦେଇଥିଲା । ଏହି ଖବର ଧୀରେ ଧୀରେ ଲୋକଲୋଚନକୁ ଆସିବା ଯୁବ ସମାଜସେବୀ ଧର୍ମେନ୍ଦ୍ର ପଣ୍ଡା ବିଶାଖାପାଟଣାମ ଇଣ୍ଡସ ମେଡିକାଲ କର୍ତ୍ତୃପକ୍ଷ ସହିତ ଯୋଗାଯୋଗ କରି ଆଲୋଚନା କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଜରିଆରେ ଚିକିତ୍ସା ହୋଇପାରିବ ବୋଲି ଇଣ୍ଡସ ଡାକ୍ତରଖାନା କର୍ତ୍ତୃପକ୍ଷ ସମାଜସେବୀ ଶ୍ରୀ ପଣ୍ଡାଙ୍କୁ ପ୍ରତିଶୃତି ଦେଇଥିଲେ । ଏହାପରେ ଶ୍ରୀ ପଣ୍ଡା ବାଲି ନାଏକଙ୍କୁ ନେଇ ବିଶାଖାପାଟଣାମ ଯାଇଥିଲେ । ସେଠାରେ ଡା. ବି. ଗଙ୍ଗାରାଜୁ ଯୁବକ ଶ୍ରୀ ନଏକଙ୍କ ହିପରିପ୍ଲେସମେଣ୍ଟ ଅସ୍ତ୍ରପ୍ରଚାର କରିଥିଲେ । ସଫଳ ଅସ୍ତ୍ରପ୍ରଚାର ପରେ ଇଣ୍ଡଷ ଡାକ୍ତରଖାନାରେ ୧୦ ଦିନ ରହିଲା ପରେ ଶ୍ରୀ ନଏକ ସୁସ୍ଥ ହୋଇ ନିଜ ଗାଁକୁ ଫେରିଛନ୍ତି । ଇଣ୍ଡସ ମେଡିକାଲ ସୂତ୍ରରୁ ଜଣାପଡିଛି ଯେ ଏହି ଯୁବକଙ୍କ ଅସ୍ତ୍ରୋପଚାର ପାଇଁ ୧ ଲକ୍ଷ ୪୦ ହଜାର ୪ ଶହ ୯୧ଟଙ୍କା ଖର୍ଚ୍ଚ ହୋଇଛି । ଓଡ଼ିଆ ସରକାର ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ମଧ୍ୟମରେ ବହନ କରିଥିବାରୁ ବାଲିଙ୍କ ପରିବାର ଓ ଅଞ୍ଚଳବାସୀ ତରଫରୁ ଧନ୍ୟବାଦ ଜଣାଇଛନ୍ତି ।ଏହା ସହିତ ବିଗତ ୧୦ ଦିନ ଧରି ଡାକ୍ତରଖାନାରେ ରହି ବାଲି ନାଏକଙ୍କୁ ସେବା ଯୋଗାଇବା ଓ ଘରକୁ ଆଣି ଛାଡି ଥିବାରୁ ଶ୍ରୀ ପଣ୍ଡାଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି ପରିବାର ଲୋକେ ।