ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ, ଜିତିବା ପାଇଁ କସରତ କରୁଛି ଧାଓ୍ବନ ବାହିନୀ

ଓଡ଼ିଆ ବାର୍ତ୍ତା/ ରାଞ୍ଚି : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ ।  ରାଞ୍ଚିରେ ଭାରତ ବିଜୟ ପାଇଁ  ଜୋରଦାର ପ୍ରସ୍ତୁତି କରିଛି । ଲକ୍ଷ୍ନୌରେ ପରାଜୟ ପରେ ଭାରତ ଆଜିର ମ୍ୟାଚ ହାରିଲେ ସିରିଜ ପରାଜୟ ହେବ ।

ଭାରତର ମୁଖ୍ୟ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ ରେ ଥିବାବେଳେ ଦ୍ୱିତୀୟ ଦଳ ଅଧିନାୟକ ଶୀଖର ଧଓ୍ବନଙ୍କ ନେତୃତ୍ବରେ ଭଲ ପ୍ରଦର୍ଶନ ମଧ୍ୟ କରିଛି । ପ୍ରଥମ ମ୍ୟାଚ୍‌ରେ ଭାରତ ମାତ୍ର ୯ ରନ୍‌ରେ ପରାଜିତ ହୋଇଥିଲା । ଶ୍ରେୟାସ ଆୟର ଓ ସଞ୍ଜୁ ସାମସନ ଚମତ୍କାର ଇନିଂସ ଖେଳି ପୁଣି ଭାରତୀୟ ଦଳକୁ ଫେରିବାକୁ ଦାବିଦାର ହୋଇଛନ୍ତି । ଆଜିର ମ୍ୟାଚ ଜିତିବା ପାଇଁ  ଓପନର ଧାୱନ ଓ ଶୁଭମନ ଗିଲଙ୍କୁ ଆଜି ବଡ଼ ସ୍କୋର କରିବାକୁ ପଡିବ ।  ଋତୁରାଜ ଗାଏକୱାଡ୍‌ ଓ ଇଶାନ କିଷନ ମଧ୍ୟ ବଡ଼ ସ୍କୋର ପାଇଁ ଚେଷ୍ଟା କରିବେ  । ସେପଟେ ଚହରଙ୍କ ବଦଳରେ ଓ୍ବାଶିଂଟନ ସୁନ୍ଦର ଦଳରେ ସାମିଲ ହୋଇଛନ୍ତି । ଆହତ ପାଇଁ ଚହରଙ୍କୁ ଦଳରୁ ବାହାରିବାକୁ ପଡିଛି ।

ରାଞ୍ଚିରେ ବଡ଼ ସ୍କୋର ମଧ୍ୟ ହୋଇପାରେ ।  ବୋଲରମାନଙ୍କୁ ଏଠାରେ ଫାଇଦା ନମିଳିପାରେ । ଭାରତ ପକ୍ଷରୁ  ଆଜିର ମ୍ୟାଚରେ  ଶିଖର ଧାୱନ(ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାଏକୱାଡ୍‌, ଇଶାନ କିଷନ, ଶ୍ରେୟାସ ଆୟର, ସଞ୍ଜୁ ସାମସନ, ସର୍ଦୁଲ ଠାକୁର, ରବି ବିଷ୍ଣୋଇ , ଅଭେଶ ଖାନ, କୁଲଦୀପ ଯାଦବ, ମହମ୍ମଦ ସିରାଜ ଖେଳିବାର ସଂଭାବନା ରହିଛି । ତେବେ ଶେଷ ମୁହୂର୍ତ୍ତରେ କିଛି ପରିବର୍ତ୍ତନ ହୋଇପାରେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.