ନର୍ଲାରେ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବଣିକ ସଂଘର ଗଜଲକ୍ଷ୍ମୀ ପୂଜା ନର୍ଲା ବସଷ୍ଟାଣ୍ଡ ଠାରେ ଆୟୋଜିତ ହୋଇଛି । ଲକ୍ଷ୍ମୀପୂଜା ନିମନ୍ତେ ଶନିବାର ଅପରାହ୍ନ ୪ ଘଣ୍ଟା ସମୟରେ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡାଙ୍କ ସଂକୀର୍ତ୍ତନ ମଣ୍ଡଳୀ ସହ ଶ୍ରଦ୍ଧାଳୁ ଭକ୍ତ ମାନେ କଳସ ନେଇଆସି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ । ଏହାପରେ ବିଲ୍ୱବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବଣିକ ସଂଘର ସଭାପତି ଅଜୟ କୁମାର ପଣ୍ଡା ଓ ସମ୍ପାଦକ ପ୍ରୀତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରବିବାର ସକାଳ ୭ ଘଣ୍ଟାରୁ ଆରମ୍ଭ ହୋଇଯାଇଛି ଲକ୍ଷ୍ମୀପୂଜା । ନର୍ଲାରେ ଗଜ ଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଥିବା ବେଳେ ବଣିକ ସଂଘ ନର୍ଲାର ବରିଷ୍ଠ ସଦସ୍ୟ ରଞ୍ଜନ କୁମାର ମହାନ୍ତି, ପୂରବ ଅଗ୍ରୱାଲ (ମଣ୍ଟୁ), ରାଜେଶ ଅଗ୍ରୱାଲ, ମନୋଜ ମହାପାତ୍ର, ଶୁଭମ ଅଗ୍ରୱାଲ, ଦେବାଶିଷ ପଟ୍ଟନାୟକ, ଶୁଭମ ଜୈନ, ବିଜୟ ଅଗ୍ରୱାଲ, ଗଲୁ ଅଗ୍ରୱାଲ, ଟିଟୁ ଚାନ୍ଦ୍, ସୁରେଶ ଅଗ୍ରୱାଲା, ସମୀର ଚାନ୍ଦ, ସଞ୍ଜୟ ପଣ୍ଡା, ରଞ୍ଜନ ଚାନ୍ଦ୍ ପ୍ରମୁଖ ଦାଇତ୍ୱରେ ରହି ପୂଜା ପରିଚାଳନା ରେ ସହଯୋଗ କରୁଛନ୍ତି । ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ସଂଘର ବରିଷ୍ଠ ସଦସ୍ୟ ନିକୁଞ୍ଜ ଦତ୍ତା ଓ ତାଙ୍କ ସହଧର୍ମିଣୀ ହର୍ଷିତା ଦତ୍ତା ପୂଜନ କାର୍ଯ୍ୟ ନିର୍ବାହନ କରିଥିବା ବେଳେ ବ୍ରହ୍ମା ପୂଜକ ପଣ୍ଡିତ ଭାବରେ ଜନାର୍ଦ୍ଦନ ପାଢୀ ଓ ଲମ୍ବୋଦର ପାଢୀ ଲକ୍ଷ୍ମୀ ପୂଜା ପରିଚାଳନା କରୁଥିବା କମିଟି ସୂତ୍ରରୁ ଜଣାପଡିଛି ।

ରବିବାର ଓ ସୋମବାର ଦୁଇଦିନ ଧରି ମଧ୍ୟାହ୍ନ ଗୋଟାଏ ବେଳେ ପୂଜା କମିଟି ତରଫରୁ ସାମୁହିକ ଅନ୍ନପ୍ରସାଦ ପ୍ରସାଦ ପ୍ରଦାନ କରାଯାଉଥିବା ସୂଚନା ମିଳିଛି । ଲଘୁଚାପ ଜନିତ ପ୍ରତିକୂଳ ପାଗକୁ ଲକ୍ଷ୍ୟ କରି କୌଣସୀ ମନୋରଞ୍ଜନ ର କାର୍ଯ୍ୟକ୍ରମ ରଖିନଥିବା ବେଳେ ମଙ୍ଗଳବାର ବିସର୍ଜନ ଦିନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିବା ସମ୍ପାଦକ ପ୍ରିତମ ସାହୁ ସୂଚନା ଦେଇଛନ୍ତି । ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଆଇଆଇସି ଗଙ୍ଗାଧର ମେହେର, ରୁପ୍ରାରୋଡର ଯୁବ ଉଦ୍ୟୋକ୍ତା ସୁମିତ କୁମାର ଅଗ୍ରୱାଲ(ସଣ୍ଟୁ), ନର୍ଲା ସାଂସଦ ପ୍ରତିନିଧି ପ୍ରଦୀପ କୁମାର ନାଏକ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ ପ୍ରମୁଖ ଏବଂ ନର୍ଲା ଅଞ୍ଚଳବାସୀ ବଣିକ ସଂଘର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉତ୍ତୋରତର ଉନ୍ନତି କାମନା କରିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.