କୋକସରା ବ୍ଲକ ବିଜେଡି ପକ୍ଷରୁ ରକ୍ତଦାନ ଶିବିର, ୫୪ ୟୁନିଟ୍ ରକ୍ତ ସଂଗ୍ରହ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ସମସ୍ତ ବିଧାନସଭା କ୍ଷେତ୍ର ଓ ବ୍ଲକ ସ୍ତରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହେଉଛି । ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ହେବାକୁ ଥିବାବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ ଗୁରୁବାର କୋକସରା ବ୍ଳକ ବିଜେଡି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ଓଡିଶା ମୋ ପରିବାର, ବ୍ଲକ ବିଜେଡି ଓ ବିଜୁ ଯୁବ ଛାତ୍ର ଜନତା ଦଳର ମିଳିତ ଆନୁକୂଲ୍ୟରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶିବିରରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ବିଜେଡି ବ୍ଲକ ସଭାପତି ସୁଶାନ୍ତ ବେହେରା, ସମ୍ପାଦକ ପଞ୍ଚକ ପୋଡ଼, ଧର୍ମଗତ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ବାଗ, ଆୟୁଷ ଡା. ଲିପିକା ମହାନ୍ତି, କୋକସରା ଜୋନ-୩ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତୀ ପୂଝାରୀ, ସଭାନେତ୍ରୀ ଅଶୋକା ନାଏକ, ଆତ୍ମା ଅଧ୍ଯକ୍ଷ ଋତୁରାଜ ମାଝୀ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରି ଥିଲେ । ଶିବିରରେ ୫୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାବେଳେ ଧର୍ମଗଡ଼ ରକ୍ତଭଣ୍ଡାର ଏଲଟି ତିରୁପତି ମୁଣ୍ଡ, ନିଗମ ଗୋପାଳ, କୁରୁକ୍ଷେତ୍ର ଦଣ୍ଡସେନା, ଡମ୍ବରୁଧର ମେହେର, ଦେବାଶିଷ ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଯୁବଛାତ୍ର ବ୍ଲକ ସଭାପତି ମାନସ ବେହେରା, ବ୍ଲକ ଏସ୍.ସି. ସେଲ୍ ସଭାପତି ରମେଶ ଦୁର୍ଗା, ବ୍ଲକ ସୋସିଆଲ ମିଡିଆ ସଂଯୋଜକ ତ୍ରିବିକ୍ରମ ଯାଦବ, ଜିଲ୍ଲା ଛାତ୍ର ଉପ ସଭାପତି ମୁକ୍ତେଶ୍ଵର ନାଗ, ମହେଶ ଗୁପ୍ତା, ସୁନୀଲ ପ୍ରଧାନୀ, ପ୍ରମୋଦ ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.