ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚଳିତ ଶିକ୍ଷାବର୍ଷ ୨୦୨୨/୨୩ର ତୃତୀୟ ଶ୍ରେଣୀ ବୃତ୍ତି ପରିକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ନର୍ଲା ବ୍ଲକ ଅନ୍ତର୍ଗତ ଭାରତୀୟ ଶିଶୁ ମନ୍ଦିର ସରିଆଁର ୨ ଜଣ ଛାତ୍ର ରିତିକ କୁମାର ସାହୁ ଓ ପ୍ରେୟାଂଶୁ ଭୋଇ ସଫଳତା ହାସଲ କରିଛନ୍ତି । ରିତିକ ସରିଆଁ ଗ୍ରାମର ରୋହିତ ସାହୁ ଓ ତରୁଲତା ସାହୁଙ୍କ ସୁପୁତ୍ର ହୋଇଥିବାବେଳେ ପ୍ରେୟାଂଶୁ ହେଉଛନ୍ତି ଶିଶିର କୁମାର ଭୋଇ ଓ ରିଙ୍କି ଭୋଇଙ୍କ ସୁପୁତ୍ର । ଏହି ଦୁଇଜଣ ଛାତ୍ର ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସଫଳତା ଲାଭ କରିଥିବାରୁ ଭାରତୀୟ ଶିଶୁ ମନ୍ଦିର ସରିଆଁର ପ୍ରଧାନ ଆଚାର୍ଯ୍ୟ ଆନନ୍ଦ ଚନ୍ଦ୍ର ଭୋଇ, ସମସ୍ତ ଗୁରୁଜୀ ଗୁରୁମାଙ୍କ ସହ ଭାବନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ସଭାପତି ଦୁର୍ବାଦଳ ଭୋଇ, ସମ୍ପାଦକ ମିଲନ କୁମାର ଭୋଇ ଏବଂ ଅଞ୍ଚଳର ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।