ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ସ୍ୱଚ୍ଛ ଭାରତ ୨.୦ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଯବାନ ଫିସିକାଲ ଏକାଡେମୀ ମିଳିତ ଆନୁକୂଲ୍ୟରେ ଭବାନୀପାଟଣା ରେଲୱେ ଷ୍ଟେସନ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ୨.୦ ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୁତୀୟା ବନଛୋରଙ୍କ ତତ୍ୱବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ମୁନିସିପାଲିଟି ଅଧିକାରୀ ବଳୟ ଦେହୁରୀ ଯୋଗଦେଇ ସ୍ୱଚ୍ଛ ଭାରତ ଅଭିଯାନ ୨.୦ର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଯବାନ ଫିସିକାଲ ଏକାଡେମୀର ମୁଖ୍ୟ ଭୂପିନ୍ଦ୍ର ନାଏକ ଯୋଗଦେଇ କାର୍ଯ୍ୟକ୍ରମର ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ରେଲୱେ ଷ୍ଟେସନ ପରିସରରେ ଥିବା ଅଳିଆ ଆବର୍ଜନା ସଫେଇ କରି ପ୍ରାୟ ଶହେ କେଜି ପ୍ଲାଷ୍ଟିକ ପଲିଥିନ ସଂଗ୍ରହ କରାଯାଇଥିଲା । ନେହେରୁ ଯୁବକେନ୍ଦ୍ର ସଂଗଠନର ସ୍ବେଛାସେବୀ ଅଭିଷେକ ବେହେରା ଓ ଯଶୋବନ୍ତ ରଣା ଉପସ୍ଥିତ ଥିବାବେଳେ ଶୁଭମ ନାଏକ, ପିଙ୍କୁ ସାହୁ, ବିମଲ ଭୋଇ, ସୁମନ୍ତ ନାଗ, ଚୈତନ୍ୟ ମାଝୀ, ପ୍ରଶାନ୍ତ ରଣା, ରମେଶ ନିଆଳ, ତୋଫାନ ମାଝୀ, ଚୁଳମଣୀ ମାଝୀ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ । ଶେଷରେ ଫିସିକାଲ ଟ୍ରେନର ଜନସନ ମାଝୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.