ନଭେମ୍ବର ୩ରୁ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ଆଶିର୍ବାଦଜୀ ମହାରାଜଙ୍କ ପ୍ରବଚନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଜଗନ୍ନାଥ ମନ୍ଦିରରେ ଆରମ୍ଭ ହେବାକୁ ଯାଉଛି ଆଶିର୍ବାଦଜୀ ମହାରାଜଙ୍କ ପ୍ରବଚନ କାର୍ଯ୍ୟକ୍ରମ । ଆସନ୍ତା ନଭେମ୍ବର ୩ରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରତହ୍ୟ ଅପରାହ୍ନ ୩ଘଣ୍ଟାରୁ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ହରି କଥା ସୁଣାଇବେ ଓଡ଼ିଶାର ବିଶିଷ୍ଟ ପ୍ରବଚକ ଆଶିର୍ବାଦଜୀ ମହାରାଜ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ଜ୍ୟୋଷ୍ଠ ପୁତ୍ର ସୁନୀଲ କୁମାର ଅଗ୍ରୱାଲ ।

ଏଠାରେ ପ୍ରକାଶଯୋଗ୍ୟ ଯେ, ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସମୟରୁ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ଦେବାଦେବୀଙ୍କ ପର୍ବପର୍ବାଣୀ ସହ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି । ଅଞ୍ଚଳରେ ଆଧ୍ୟାତ୍ମିକତାର ପ୍ରଚାର ପ୍ରସାର ପାଇଁ ସଦା ଚେଷ୍ଟିତ ଥିଲେ ଡ଼ଃ ଅଗ୍ରୱାଲ । ତାଙ୍କ ଆବର୍ତମାନ ପରେ ମଧ୍ୟ ଏହି ଧାରା ଜାରି ରହିଛି । ସନାତନ ସଂସ୍କୃତିରେ ବିଶିଷ୍ଟ ପ୍ରଚାରକ ଆଶିର୍ବାଦଜୀ ମହାରାଜା ପୁରୀ ଗଜପତି ମହାରାଜାଙ୍କ ନିର୍ଦ୍ଦେଶରେ ରାଜ୍ୟର କୋଣ ଅନୁକୋଣରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିଥାନ୍ତି । ଏହାସହ ସେ ଶ୍ରୀମଦ୍ଭାଗବଦ୍, ରାମଚରିତ ମାନସ ପାରାୟଣ ଆଦି ହରିକଥା ସୁଣାଇ ସାରା ଓଡ଼ିଶାରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ପୂର୍ବରୁ ଆଶିର୍ବାଦଜୀ ମହାରାଜା ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ହରି କଥା ସୁଣାଇଛନ୍ତି, ତେଣୁ ସେ ପୁନର୍ବାର ଆସୁଥିବା ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି । ଏହି ପ୍ରବଚନ କାର୍ଯ୍ୟକ୍ରମରେ ସମସ୍ତେ ଯୋଗଦେଇ ହରି କଥା ଶ୍ରବଣ କରିବାକୁ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.