ଆମ ଆଦମୀ ପାର୍ଟିର ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଶୁକ୍ରବାର ଆମ୍ ଆଦମୀ ପାର୍ଟିର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସଭାପତି ବିଘ୍ନେଶ୍ୱର ପଣ୍ଡା, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଂଯୋଜକ ଡାକେଶ୍ବର ସାହୁ, ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ କର, ଜିଲ୍ଲା ସମ୍ପାଦକ ହେରମ୍ବ ସେନାପତି, ବିବେକାନନ୍ଦ ବାଗ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଭୋଦେବ ବେହେରା ଯୋଗଦେଇ ବର୍ଷ ବର୍ଷ ଧରି ଲୋକଙ୍କୁ ପ୍ରତିଶୃତି ଦେଇ ଯେଉଁ ଦଳର ନେତାମାନେ ପ୍ରତାରଣା କରୁଛନ୍ତି ଆପ୍‍ ଦଳ ତା’ର ଉଚିତ୍‍ ଜବାବ ଦେବ ବୋଲି ମତ ଦେବା ସହିତ ଆମ ସରକାର ଆସିଲେ ରାଜ୍ୟରେ ମାଗଣା ବିଜୁଳି, ପାଣି ଓ ଶିକ୍ଷା ଦାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଧର୍ମଗଡ଼ ଓ କୋକସରା ବ୍ଳକ କର୍ମକର୍ତ୍ତା ଘୋଷଣା କରାଯାଇଥିଲା । ନିର୍ବାଚନ ଅଧିକାରୀ ଭାବରେ ଡୁଲେଶ୍ବର ସା ଯୋଗଦେଇ କୋକସରା ବ୍ଲକ ସଭାପତି ଭାବରେ ଡିସମ୍ବର ଖର୍ସେଲ, ଉପସଭାପତି ଭାବରେ ରୋମାଞ୍ଚଲ ମଙ୍ଗରାଜ, ଧନୁ ରାଉତ ଓ ସୁଦାମ ସୁନା, ସମ୍ପାଦକ ଗୁପ୍ତେଶ୍ୱର ଧଙ୍ଗଡାମାଝୀ, ଧନୁର୍ଯ୍ୟ ପୁଝାରୀ, ବିଶେଶ୍ୱର ଶବର, ସାଧାରଣ ସମ୍ପାଦକ ଯଶୋବନ୍ତ ବେମାଲ, ଟ୍ରେଜେରୀ ସୁବ୍ରତ ସାହୁ, ଆଇଟିସେଲ ବସନ୍ତ ବେଣୁପାଣି, ସଦସ୍ୟ ଶିଶିର ପାତ୍ର, ସେହିପରି ଧର୍ମଗଡ଼ ବ୍ଳକ ସଭାପତି ଭାବରେ ରାଜେନ୍ଦ୍ର ଗୋପାଳ, ଉପସଭାପତି ଶେଷଦେବ ମଶ୍ରା, ତୀର୍ଥ ମାଝୀ, ସମ୍ପାଦକ ଦେବେନ୍ଦ୍ର ପୂଝାରୀ, ଅମୂଲ୍ୟ ନାଏକ, ଟିକେଶ୍ୱର ବୋଡକିୟା, ସାଧାରଣ ସମ୍ପାଦକ ମନୋରଞ୍ଜନ ରାଉତ, ଆଇଟିସେଲ ଯୁଧିଷ୍ଟିର ଯୁଏଡ, ସଦସ୍ୟ ଜବାହର ବାଗ ପ୍ରମୁଖଙ୍କୁ ଘୋଷଣା କରିଥିଲେ । ଏହି ଅବସରରେ ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ମଡେଲ ତଥା ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, ଦୁର୍ନୀତି ମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ ଶାସନ ବ୍ୟବସ୍ଥାରେ ଅନୁପ୍ରାଣିତ ହୋଇ ଧର୍ମଗଡ଼, କଲମପୁର ଓ କୋକସରା ବ୍ଲକର ଶତାଧିକ ମହିଳା ଓ ପୁରୁଷ ଦଳରେ ସାମିଲ ହୋଇଥିଲେ । କଲମପୁର ସଭାପତି ସୁରେନ୍ଦ୍ର ବାଗ, ଜୟପାଟଣା ସଭାପତି ପ୍ରଶନ୍ନ ସାହୁ ସମେତ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ଶତାଧିକ କର୍ମକର୍ତ୍ତା ଯୋଗଦେଇ ଥିଲେ । କାର୍ଯ୍ୟକ୍ରମକୁ ଆମପାଣି ଜୋନ୍ ସଭାପତି ଶରତ ନାଏକ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.