କଳାହାଣ୍ଡି/ ଓଡିଆ ବାର୍ତ୍ତା (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସାହାଜପାଟି ଓ କର୍ଲାମୁଣ୍ଡା ବ୍ଲକ ଯୋଗିପଲା ମଝିରେ ଆର୍ଡି ବିଭାଗ ତରଫରୁ ପିଚୁ ଢଲେଇ କାମ ଆରମ୍ଭ ହୋଇଥିଲେ ହେଁ ନିମ୍ନମାନର କାମ ବୋଲି କାମ ବନ୍ଦ କରିଥିଲେ ଗ୍ରାମବାସୀ । ସୂଚନା ଥାଉକି ଦିର୍ଘ ବର୍ଷରୁ ଏହି ବ୍ରିଜ କାମ ଆରମ୍ଭ ହୋଇଥିଲେ ହେଁ ଚଳିତ ବର୍ଷ ଏହି କାମ ସରିବାକୁ ବସିଲାଣି କିନ୍ତୁ ପିଚୁ କାମ ନିମ୍ନମାନର ହେଉଛି ବୋଲି ଗ୍ରାମବାସୀ ସ୍ଥାନୀୟ ବିଜୁ ଛାତ୍ର ଜନତା ଦଳ ସଭାପତି ସଂଗିତ ଭୋଇ ଓ ଉପସଭାପତି ସନ୍ତଲାଲ ଦୀପଙ୍କୁ ଅଭିଯୋଗ କରିଥିଲେ । ଏହା ପରେ ବିଧାୟକ ଭୁପିନ୍ଦର ସିଂଙ୍କୁ ଫୋନ କରିବାରୁ ସେ ତତକ୍ଷଣାତ ଆର୍ଡି ବିଭାଗ ଯନ୍ତ୍ରୀ ତପନ ବଡନାୟକଙ୍କୁ ଯୋଗାଯୋଗ କରିଥିଲେ । ପ୍ରଥମେ ଯନ୍ତ୍ରୀ ଆସି କାମକୁ ତଦାରଖ କରି କିଛି ଯାଗାରେ ଗର୍ତ୍ତ କରି ପରିକ୍ଷା କରିଥିଲେ । ପୁଣିଥରେ ମେଟାଲ, ଡଷ୍ଟ ପକାଇ ରୋଲିଂ କରି ସାରିଲା ପରେ ପିଚୁ ଢଲେଇ କାମ ହୋଇପାରିବ ବୋଲି ଗ୍ରାମବାସିଙ୍କୁ ଜଣାଇବା ପରେ ଜନସାଧାରଣ ଶାନ୍ତ ରହିଥିଲେ । ବିଧାୟକଙ୍କ ହସ୍ତକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।