ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଓଡ଼ିଶା ସଂସ୍କୃତି ସମ୍ମାନ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ଉତ୍କଳ ସେବା ଧର୍ମ ସାହିତ୍ୟ ପରିଷଦ କଟକ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ତିନି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ “ଓଡ଼ିଶା ସଂସ୍କୃତି ସମ୍ମାନ”ରେ ସମ୍ମାନିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ଏବଂ ଶୁଦ୍ଧପୂତ ଜୀବନ ଯାପନ କରି ସମାଜକୁ ଦିଗ ଦର୍ଶନ ପ୍ରଦାନ କରିଥିବାରୁ ଶାନ୍ତି ନିକେତନର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ, ରାଜଧାନୀ ମହାବିଦ୍ୟାଳୟରୁ ଅବସର ନେଇଥିବା ଅଧ୍ୟକ୍ଷା ଡ଼କ୍ଟର ଶକୁନ୍ତଳା ବଳିଆରସିଂହଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହାସହ ଅଣଔପଚାରିକ ଭାବେ କଟକର ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କୁ ଏହି ପୁରସ୍କାର ଦେବା ପାଇଁ ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ଏହି ସମ୍ମାନ ତାଙ୍କୁ ପ୍ରଦାନ କରାଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.