ଜାତୀୟ ସ୍ତରର ତ୍ରିସ୍ତରୀୟ ପଞ୍ଚାୟତ ପରିଚାଳନା କର୍ମଶାଳାରୁ ଫେରିବା ପରେ ଲଡୁଗାଁ ସରପଞ୍ଚଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦିଲ୍ଲୀରେ ଆୟୋଜିତ ହୋଇଥିବା ଜାତୀୟ ସ୍ତରର ତ୍ରିସ୍ତରୀୟ ପଞ୍ଚାୟତ ପରିଚାଳନା କର୍ମଶାଳାରେ କଳାହାଣ୍ଡିରୁ ପ୍ରତିନିଧିତ୍ୱ କରି କୋକସରା ବ୍ଲକ ଲଡୁଗାଁ ସରପଞ୍ଚ ନକୁଳ ନାଏକ ସଫଳତାର ସହ ନିଜ ପଞ୍ଚାୟତକୁ ଫେରିଛନ୍ତି । ଏହି ଅବସରରେ ଲଡୁଗାଁ ପଞ୍ଚାୟତବାସୀ ସରପଞ୍ଚ ଶ୍ରୀ ନାଏକଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ପାରମ୍ପରିକ ବାଜା ବଜାଇ ଏକ ବାଇକ ଶୋଭାଯାତ୍ରାରେ ତାଙ୍କୁ ସୁନାମାଲ, ଆଁଏଲି ଠାରୁ ଲଡୁଗାଁ ଗ୍ରାମ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଏହା ପରେ ସ୍ଥାନୀୟ ଦୁର୍ଗା ମଣ୍ଡପ ନିକଟରେ ବରିଷ୍ଠ ନାଗରିକ କିଶୋର ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ଅଶୋକ ଅଗ୍ରୱାଲ, ପବନ କୁମାର ଅଗ୍ରୱାଲ, କାଉଡୋଲା ସରପଞ୍ଚ ଦେବୀସିଂ ତାଣ୍ଡି, ଲଡୁଗାଁ ପୁର୍ବତନ ସରପଞ୍ଚ କହ୍ନେଇ ଚରଣ ଦାସ ଉପସ୍ଥିତ ରହି ଲଡୁଗାଁ ସରପଞ୍ଚ ନକୁଲ ନାଏକଙ୍କୁ ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ଦେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ପଙ୍କଜ ମୁଖ ଚୌଧୁରୀ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.