ବଲାଙ୍ଗୀର୍ ଦିନ୍ ପାଳନ ପାଇଁ ‘ଆମର୍ ପିଠା ମଡ଼ା’ ଓ ବିଭିନ୍ନ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ନଭେମ୍ବର ୧ ବଲାଙ୍ଗୀର୍ ଦିନ୍ ପାଳନ ପୂର୍ବରୁ ଆୟୋଜିତ ହେଉଛି ବିଭିନ୍ନ ପ୍ରତିଯୋଗିତା । ଏହି କ୍ରମରେ ବଲାଙ୍ଗୀର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଶଙ୍ଖ ଫୁଙ୍କା, ମେହେନ୍ଦି ଓ ଆମର୍ ପିଠା ମଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ମେହେନ୍ଦି ପ୍ରତିଯୋଗିତାରେ ୪୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ବିଚାରକ ଭାବରେ ହିମାନୀ ତ୍ରିପାଠୀ, ବାସୁଦେବ ମେହେର ଥିଲେ । ଶଙ୍ଖ ଫୁଙ୍କା ପ୍ରତିଯୋଗିତାରେ ୨୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ବିଚାରକ ଭାବରେ କବିତା ପଟ୍ଟନାୟକ, ସରିତା ଦାସ ଥିଲେ । ଏହାକୁ ସଂପୂର୍ଣ୍ଣ ଅନୁଷ୍ଠାନର ସଞ୍ଜିସ ମେହେର, ରଶ୍ମି ପାତ୍ର, ସଞ୍ଜୟ ଶତପଥୀ, ନିଲମଣି ଶତପଥୀ, ପୁଷ୍ପାଞ୍ଜଳି ମେହେର, ରଶ୍ମିତା ଡାକୁଆ, ମମତା ବେହେରା, ମିଲିଲତା ପଟ୍ଟନାୟକ ପରିଚାଳନା କରିଥିଲେ । ପରବର୍ତ୍ତୀ ସମୟରେ ‘ଆମର ପିଠା ମଡ଼ା’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୩୬ ଛତିଶ ଜଣ ମହିଳା ଭାଗନେଇ ବିଭିନ୍ନ ପ୍ରକାରର ପିଠା ମଡ଼ା ପରିବେଷଣ କରିଥିଲେ । ବିଚାରକ ଭାବରେ କସ୍ତୁରୀ ରଥ, ପଦ୍ମିନୀ ପାଣିଗ୍ରାହୀ, ଅନୁପ୍ରିୟା ମିଶ୍ର ଥିଲେ । ଏହି କାର୍ଯ୍ୟକ୍ରମକୁ ଭିଲେଜ ଲାଇଫ ଷ୍ଟାଇଲର ଲକି ହୋତା, ଯୋତିଷ ହୋତା, ଅକ୍ଷୟ ସରାଫ ଆୟୋଜନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଲିକା ସାହୁ, ଗୋପାଳଜୀ ପାଣିଗ୍ରାହୀ ଓ ସରିତା ବାଗ ଯୋଗ ଦେଇଥିଲେ । ଗୋପାଳ ପ୍ରଧାନ, ବିନୋଦ କାଳସାଏ, ନୁତନ ଦାସ, ସୋମନାଥ ମିଶ୍ର, ଅବିଶେକ ଦାସ, ଗୋବିନ୍ଦ ଶତପଥୀ, ସଞ୍ଜୀବ ସାହୁ, ଥବିର କର୍ମୀ, ସୁମେସ ଡାଙ୍ଗ, ରିଲୁ ରଥ, ରଞ୍ଜିତ ପ୍ରଧାନ, ହିରିଓମ ପଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.