ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସ୍ଵାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସଙ୍କ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କଟକ (ଶ୍ରୀକାନ୍ତ ବେଉରା): ସ୍ଵାଧୀନତା ସଂଗ୍ରାମର ବୀର ପୁରୁଷ ବିଶ୍ଵନାଥ ଦାସଙ୍କ ଜୟନ୍ତୀ କଟକ ସଦର ୪୨ ମୌଜା ପାଟଣା ଗ୍ରାମର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ପୂଜ୍ୟପୂଜା ସାଂସ୍କୃତିକ ଭବନରେ ଅନୁଷ୍ଠିତ ହୋଇଯାଇଛି ।

ଗଞ୍ଜାମ ଜିଲ୍ଲାର ସୁବଳିଆ ଗ୍ରାମର ମଧୁସୂଦନ ଦାସଙ୍କ ସୁପୁତ୍ର ବିଶ୍ବନାଥ ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୨୦ ମସିହାରେ ଛତ୍ରପୁର ତାଲୁକ୍ ବୋର୍ଡର ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ । ୧୯୨୧ ରୁ ୧୯୩୦ ପର୍ଯ୍ୟନ୍ତ ମାନ୍ଧରାଜ ବିଧାନ ସଭାର ସଦସ୍ୟ ହୋଇଥିଲେ । ୧୯୩୦ ରେ ଲବଣ ସତ୍ୟାଗ୍ରହରେ ଯୋଗଦାନ କରି ଜେଲ ଯାଇଥଲେ ବିଶ୍ବନାଥ ଦାସ । ୧୯୩୭ ମସିହାରେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୪୦ରେ ୨ୟ ମହାଯୁଦ୍ଧ ବିରୋଧରେ ନାରା ଦେଇ ୧୯୪୫ ପର୍ଯ୍ୟନ୍ତ ଜେଲ ଭୋଗ କରିଥିଲେ । ୧୯୬୨ ରେ ସେ ଉତ୍ତରପ୍ରଦେଶର ରାଜ୍ୟପାଳ ହୋଇଥିଲେ । ୧୯୭୧ ମସିହା ୩ ତାରିଖରେ ଉତ୍କଳ କଂଗ୍ରେସ ଓ ଝାଡ଼ଖଣ୍ଡ ମିଳିତ ମନ୍ତ୍ରୀ ମଣ୍ଡଳରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ଜଣେ ଦକ୍ଷ ପ୍ରଶାସକ ଶିକ୍ଷାବିତ୍ ଏବଂ ସହିତ୍ୟିକ ଭାବରେ ପରିଚିତ । ୦୨-୦୬-୧୯୮୪ ରେ ଦେହ ତ୍ୟାଗ କରିଥିଲେ ଏହି ମହାପୁରୁଷ । ତାଙ୍କର ଏହି ଅକ୍ଷୟ କୀର୍ତ୍ତିକୁ ସ୍ମରଣ କରି ତାଙ୍କର ୧୩୩ ତମ ଜନ୍ମ ଜୟନ୍ତୀରେ କଟକ ସଦର ୪୨ ମୌଜା ପାଟଣା ଗ୍ରାମର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ପୂଜ୍ୟପୂଜା ସାଂସ୍କୃତିକ ଭବନରେ ବ୍ରାହ୍ମ ମୁହୂର୍ତ୍ତରେ ଅନୁଷ୍ଠାନର ଉପଦିଷ୍ଠା ପ୍ରଧାନ ଶିକ୍ଷୟିତ୍ରୀ ତଥା କବୟିତ୍ରୀ ସରୋଜ ନଳିନୀ ପରିଜା, ଉପସଭାପତି ସମାଜସେବୀ ପ୍ରଭାତ କୁମାର ଖଟୁଆ, ସାଧାରଣ ସମ୍ପାଦକ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି ଆଦି ସଶ୍ରର୍ଦ୍ଧ ଶ୍ରଦ୍ଧାଘ୍ୟା ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.