ଡିଆଇଇଟି ପକ୍ଷରୁ ଜିଲ୍ଲାସ୍ତରୀୟ ପୋଷ୍ଟର ପ୍ରତିଯୋଗିତା ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜିଲ୍ଲା ସ୍ତରୀୟ ପୋଷ୍ଟର ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡି , ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଅଛି । ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନରୋତ୍ତମ ଭୋଇଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ବେଳେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଶିକ୍ଷକ ପ୍ରଶିକ୍ଷକ ରାମଚନ୍ଦ୍ର ବାଗ । କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ୩ଜଣ ଲେଖାଏଁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର କଳା ଶିକ୍ଷକ ଧୀରେନ୍ଦ୍ର ଠାକୁର ବିଚାରକ ଭାବେ ପ୍ରତିଯୋଗିତା ପରିଚାଳନା କରିଥିଲେ । ମାଣିକେଶ୍ଵରୀ ହାଇସ୍କୁଲର ରାଜେଶ ଶବର ପ୍ରଥମ, ସରକାରୀ ବିଦ୍ୟାଳୟ ଭବାନୀପାଟଣାର ପ୍ରେନିତା ବେମାଲ ୨ୟ ଏବଂ ମ୍ୟୁନ୍ସିପାଲିଟି ହାଇସ୍କୁଲର କୁନ୍ତଳା ରଣା ୩ୟ ସ୍ଥାନ ଅଧିକାର କରିଥିଲେ । ସେମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଶିକ୍ଷକ ପ୍ରଶିକ୍ଷକ ରାଜେଶ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶିକ୍ଷକ-ପ୍ରଶିକ୍ଷିକା ବିଜଲି ଏକ୍କା, ସୁନୀତା ଦୁର୍ଗା ବିଶେଷ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.