କଳିକେଶ ସିଂଦେଓଙ୍କୁ ସୁବର୍ଣ୍ଣପୁର ଜିଲ୍ଲାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ପୂର୍ବତନ ସାଂସଦ, ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ବ୍ଲକ ଛକ, ବୁଢାରଜା ଛକ, ମହାନଦୀ ହିକୁଡି ଛକ, ବିଶିପଡା ଓ ଉଲୁଣ୍ଡା ବ୍ଲକର ବିଭିନ୍ନ ଜାଗାରେ ଦଳୀୟ ନେତା ଓ ବିଭିନ୍ନ ସଂଗଠନ ଦ୍ୱାରା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଶୋକ ନାଏକ, ଗୁପ୍ତ ମିଶ୍ର, ମନୋରଞ୍ଜନ ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ, ଅରବିନ୍ଦ ବାରିକ, ଦିଲ୍ଲୀପ ପାତ୍ର, ଅକ୍ଷୟ ମେହେର, ସନ୍ତୋଷ ମିଶ୍ର, ମହାଦେବ ମଲ୍ଲିକ, ପ୍ରମୁଖ ବିଜେଡିର ବହୁ ନେତୃ ସ୍ଥାନୀୟ ଓ ଶୁଭେଛୁ ସୋନପୁର ଠାରେ ଶ୍ରୀ ସିଂଦେଓଙ୍କୁ ସ୍ୱାଗତ କରିଥିବା ବେଳେ ହିକୁଡି ଛକ, ଜାଲୋଏ , ଉଲୁଣ୍ଡା, ମେଟାକାନି ଠାରେ ଝସ କେତନ ବଘାର, ରାଜୁ ବିଶି, କୃତ୍ତିବାସ ମିଶ୍ର ନେତୃତ୍ୱ ନେଇଥିଲେ । ବିନିକା ଓ ଚରଦା ଠାରେ ଧରମ ପଣ୍ଡା, ଦୀନ ମେହେର ଓ ଧୂବଳେଶ୍ୱର ବାବୁଙ୍କ ନେତୃତ୍ୱ ନେଇଥିବାବେଳେ ସମସ୍ତ ଜାଗା ମାନଙ୍କରେ ଶତାଧିକ ନେତା ଓ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.