ଇସ୍ରାଏଲ ନିର୍ବାଚନରେ ​​ନେତାନ୍ୟାହୁଙ୍କ ବିଜୟ ପରେ ଗାଜା ମାଡ଼ କଲା ରକେଟ

ଓଡ଼ିଆ ବାର୍ତ୍ତା/ ତେଲ ଆଭିଭ: ବେଞ୍ଜାମିନ ନେତାନ୍ୟାହୁ ଇସ୍ରାଏଲ ନିର୍ବାଚନରେ ​​ଜିତିବାର କିଛି ସମୟ ପରେ ଗାଜାରୁ ଇସ୍ରାଏଲ ସୀମା ମଧ୍ୟକୁ ରକେଟ ମାଡ଼ କରାଯାଇଛି । ସେଥିମଧ୍ୟରୁ ଗୋଟିଏ ଆଇରନ୍ ଡୋମ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ନଷ୍ଟ କରିଦିଆଯାଇଥିବା ସେନା ପକ୍ଷରୁ କୁହାଯାଇଛି ।  ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ କହିଛି ରାତି ୯ ଟା ପରେ ଗାଜାରୁ ଏହି ରକେଟ ମାଡ଼ କରାଯାଇଥିଲା । ରକେଟ୍ ଆସୁଥିବା ନେଇ ସାଇରନ୍ ବାଜିବା ପରେ ସୀମା ନିକଟ ଲୋକେ  ଭୟଭୀତ ହୋଇଥିଲେ । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇଥିବା ଜଣାପଡିନାହିଁ ।  ନେତାନ୍ୟାହୁ ତାଙ୍କ ଶାସନ କାଳ ମଧ୍ୟରେ ଗାଜାରେ ଥିବା ଆତଙ୍କୀ ଆଡ଼ାକୁ ଧ୍ବଂସ କରିଦେଇଥିଲେ । ଗାଜାରେ ଥିବା ଆତଙ୍କବାଦୀମାନେ ଇସ୍ରାଏଲରେ ବହୁମତ ସରକାର ହେଉ ତାହା କେବେ ଚାହାଁନ୍ତି ନାହିଁ । ଇସ୍ରାଏଲର ସଂସଦରେ ନେତାନ୍ୟାହୁ ଏବଂ ତାଙ୍କର ସହଯୋଗୀମାନେ ପର୍ଯ୍ୟାପ୍ତ ଆସନ ଜିତିବା ପରେ ଏହା ଘଟିଛି। ଫଳାଫଳ କୁ ନେଇ ଗାଜା ଭୟଭୀତ ହୋଇଛି । ଗୋଟେ ପଟେ ନେତାନ୍ୟାହୁଙ୍କ ସମର୍ଥକ  ବିଜୟ ସମାବେଶ କରୁଥିବା ବେଳେ ଗାଜାରେ କିନ୍ତୁ  ନେତାନ୍ୟାହୁଙ୍କୁ ବିରୋଧ କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.