ମହିଳା ଇଣ୍ଟର କଲେଜ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ: ଡ଼ି.ଆର. କଲେଜ ବିଜୟୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଫାଇନାଲ ଜୋନ ୨୦୨୨-୨୩ ମହିଳା ଇଣ୍ଟର କଲେଜ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ କୁଳସଚିବ ଡ଼ ଅଭୟ କୁମାର ନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ଅଧୀନରେ ଥିବା ତିନୋଟି ମହାବିଦ୍ୟାଳୟ ଏବଂ ପାଞ୍ଚଟି କଲେଜ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଡାଇରେକଟର ସ୍ପୋର୍ଟ କାଉନ୍ସିଲ ଦ୍ୱାରା, ପି. ଜି. ଆଥଲେଟିକ୍ କ୍ଲବର ଭାଇସ ପ୍ରେସିଡେଣ୍ଟ ଡ଼. କିର୍ତ୍ତୀ ରଞ୍ଜନ ମଲ୍ଲିକ ଏହି ଟୁର୍ଣ୍ଣା ମେଣ୍ଟକୁ ପରିଚାଳନା କରିଥିଲେ । ଏହି ସମୟରେ ଡ଼. ନାୟକ ଏବଂ ପି. ଜି. ଚେୟାରମ୍ୟାନ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟକୁ ଉତ୍ସାହିତ କରିଥିଲେ। ସମସ୍ତ ବିଜେତା ଟିମଙ୍କୁ ଟ୍ରଫି ଏବଂ ସାର୍ଟିଫିକେଟ ଦିଆଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଡ଼ି. ଆର. କଲେଜ, ନୟାପଲ୍ଲୀ ବିଜେତା ହୋଇଥିବା ବେଳେ ବି.ଜେ.ବି. ସ୍ୱୟଂଶାସିତ କଲେଜ ରନରସପ ଟିମ୍ ହୋଇଥିଲା । ଚତୁର୍ଭୁଜ ଜେନା ଏହି ପ୍ରତିଯୋଗିତାକୁ ସଂଯୋଜନା କରିଥିଲେ ଏବଂ ଏମ.ଡି. ସୟିଦ, ଡି. ପି. ସାହୁ, ପ୍ରହ୍ଲାଦ ପଣ୍ଡା, ଡ଼. ବେଣୁଧର ଦାସ, ଓ ଚିରଞ୍ଜୀବ କରନ ମ୍ୟାଚ ଅଧିକାରୀ ଭାବେ ସହଭାଗିତା କରିଥିଲେ । ସ୍ମରୀତା ସାମନ୍ତରାୟ ଓ ଡ଼. ପ୍ରବୀର ମହାନ୍ତି ଚୟନକର୍ତ୍ତା ଭାବେ ଉପସ୍ଥିତ ଥିଲେ । ଖେଳ ଶେଷରେ ଡ଼. ମଲ୍ଲିକ ଡାଇରେକଟର ସ୍ପୋର୍ଟ କାଉନ୍ସିଲ ପ୍ରଫେସର ଏସ.ଏସ. ଦେବାଶିଷ ଓ ଶ୍ରୀ. ଅମ୍ବିକା ପ୍ରସାଦ ଏବଂ ଶକ୍ତି ରଞ୍ଜନ ସେନାପତିଙ୍କୁ ତାଙ୍କର ଉପସ୍ଥିତି ଓ ସହଭାଗିତା ଉଦଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.