ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ଶ୍ରୀରାମ ଚରିତ ମାନସ କଥାମୃତର ଷଷ୍ଠ ଦିବସ ‘ସୁନ୍ଦର କାଣ୍ଡ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଶ୍ରୀରାମ ଚରିତ ମାନସ କଥାମୃତର ଆଜି ଷଷ୍ଠ ଦିବସରେ ‘ସୁନ୍ଦର କାଣ୍ଡ’ ପରିବେଷିତ ହୋଇଛି । ଓଡିଶାର ବିଶିଷ୍ଟ କଥାବାଚକ ଆଶିର୍ବାଦଜୀ ମହାରାଜ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ଅବସରରେ ଅତି ସୁନ୍ଦର ଭାବରେ ସୁନ୍ଦର କାଣ୍ଡ କଥା ପ୍ରବଚନ ମଧ୍ୟମରେ ଶୁଣାଇଛନ୍ତି । ନଭେମ୍ବର ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରବଚନ କାର୍ଯ୍ୟକ୍ରମ ଆସନ୍ତା କାଲି ନଭେମ୍ବର ୯ ତାରିଖ ବୁଧବାର ଶ୍ରୀରାମଙ୍କ ରାଜ୍ୟାଭିଷେକ ସହ ସମାପନ ହେବ ବୋଲି ରୁପ୍ରାରୋଡ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ସୂଚନା ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.