ସିଆରପିଏଫ ୬୪ ବାଟାଲିଆନ ତରଫରୁ ଜନ ସମ୍ପର୍କ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ପଂଚାୟତ ଉର୍ଲାଦାନୀ ଠାରେ ଥିବା ସିଆରପିଏଫ୍ ବି ୬୪ ବାଟାଲିଅନ ତରଫରୁ ଆଜି ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହେଇ ଯାଇଛି । ଏଥିରେ ଆସିଷ୍ଟାଣ୍ଟ କମାଣ୍ଡଣ୍ଟ ସୂର୍ଯ୍ୟ କାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେନା ଏବଂ ସାଧାରଣ ଜନତାଙ୍କ ମଧ୍ଯରେ ଉତ୍ତମ ସମ୍ପର୍କ ରହିବା ଦରକାର ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଡି ଶିବ ଶଙ୍କର ଯାଦବ, ରାମପୁର ଜିପିଓ କୁଳମଣି ସିଂ ରାୟ, ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, ସରପଞ୍ଚ ସୁପ୍ରିୟା ମାଝୀ ଯୋଗ ଦେଇଥିଲେ । ଉର୍ଲାଦାନୀ ଗ୍ରାମାଞ୍ଚଳରୁ ଆସିଥିବା ଅଞ୍ଚଳବାସୀ ଙ୍କୁ ଷ୍ଟିଲ ସାମଗ୍ରୀ ବଣ୍ଟନ କରା ଯାଇଥିଲା । ସମସ୍ତ ଯବାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.