ସିନାପାଲିରେ ମାଣ୍ତିଆ ରଥ ପରିକ୍ରମା

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ଆସନ୍ତା ଗୁରୁବାର ରାଜ୍ଯରେ ପ୍ରଥମ ଥର ପାଇଁ ମାଣ୍ତିଆ ଦିବସ ପାଳନ କରାଯିବାକୁ ଥିବା ବେଳେ ଏନେଇ ସ୍ଥାନୀୟ କୃଷି ବିଭାଗ ତରଫରୁ ଏକ ସଚେତନତା ରଥ ସିନାପାଲି ବ୍ଲକର ବିଭିନ୍ନ ପଂଚାୟତକୁ ପରିକ୍ରମା କରୁଛି । ଏହି ରଥକୁ କୃଷି ଅଧିକାରୀ ସୁଧାଂଶୁ ଶେଖର ମେହେର ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ବିଟିଏମ ଅରୁଣ ଧାକଡ଼ଙ୍କ ସହ ଓଡ଼ିଶା ମିଲେଟ ମିସନର ବ୍ଲକ ସଂଯୋଜକ ରାହୁଲ କୁମାର ମେହେର, ସହସଂଯୋଜକ ରଘୁନାଥ କାଣ୍ତ, ହିସାବ ରକ୍ଷକ ଦିନେଶ କୁମାର ରଣା, ନୀଳମଣି ସା ପ୍ରମୁଖ ଉପସ୍ଥିତ ଥିଲେ । ମାଣ୍ତିଆ ଭଳି ପାରମ୍ପରିକ ଶସ୍ଯର ଔଷଧିୟ ଗୁଣ ଏବଂ ଏହାର ଉପକାରିତା ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରିବା ସହ ଏହି ଖାଦ୍ଯର ବ୍ଯବହାର ନିମନ୍ତେ ଜନସଚେତନତା ସୃଷ୍ଟି କରିବା ମାଣ୍ତିଆ ରଥ ପରିକ୍ରମାର ମୁଖ୍ଯ ଉଦ୍ଦେଶ୍ୟ ବୋଲି ବିଭାଗ ତରଫରୁ କୁହାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.