ମହାବୀର ମହୋତ୍ସବ-୨୦୨୨: ମନ ମୋହିଲା ଭଏସ୍ ଅଫ୍ କଳାହାଣ୍ଡି

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ଦ୍ଵାରା ଆୟୋଜିତ ୫୮ତମ ମହାବୀର ମହୋତ୍ସବ-୨୦୨୨ର ତୃତୀୟ ଦିବସରେ ଦିବା ୧୦ ଘଣ୍ଟା ସମୟରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା । ସନ୍ଧ୍ୟା ୬ ଘଣ୍ଟା ସମୟରେ ଅନୁଷ୍ଠାନ ଦ୍ଵାରା ଆୟୋଜିତ ରିଆଲିଟି ସୋ ‘ଭଏସ୍ ଅଫ୍ କଳାହାଣ୍ଡି’ର ସ୍କ୍ରିନିଂ କରାଯାଇଥିଲା । ଏହି ସନ୍ଧ୍ୟାରେ ଭବାନୀପାଟଣାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହ ସ୍ଵାଗତ ଅଭିଭାଷଣ ଦେବା ସହ ‘ଭଏସ୍ ଅଫ୍ କଳାହାଣ୍ଡି’ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଧାରଣା ପ୍ରଦାନ କରିଥିଲେ । ଅନ୍ୟାନ୍ୟ ଉପସ୍ଥିତ ସଭ୍ୟମାନଙ୍କ ମଧ୍ୟରେ ସୁଶାନ୍ତ କୁମାର ସିଂହ, ସଂଜୀବ କୁମାର ସିଂହ, ଶୁଶୀଳ ଗହିର, ସୁରୁ ବାରିକ, ପ୍ରଦୀପ କୁମାର ସିଂହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

‘ମହାବୀର ମହୋତ୍ସବ-୨୦୨୨’ ଗତ ୮ ନଭେମ୍ବର ୨୦୨୨ ପୂର୍ବାତନ ୮ ଘଣ୍ଟା ସମୟରେ ଅନୁଷ୍ଠାନର ପତାକା ଉତ୍ତୋଳନ ହୋଇ ଆରମ୍ଭ ହୋଇଥିଲା । ଅନୁଷ୍ଠାନର ପୂର୍ବତନ ନାଟ୍ୟ ସମ୍ପାଦକ ତ୍ରିବେଶୀ ଭୂଷଣ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଦିବା ୧୦ ଘଣ୍ଟା ସମୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ଓ ଦିବା ୧୨ ଘଣ୍ଟାରେ କଣ୍ଠସଂଗୀତ ପ୍ରତିଯୋଗିତ ହୋଇଯାଇଥିଲା । ସମଗ୍ର ଜିଲ୍ଲାର ବିଭିନ୍ନ ଅନୁଷ୍ଠାନରୁ ବହୁ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ସନ୍ଧ୍ୟା ୬ ଘଣ୍ଟା ସମୟରେ ‘ଭଏସ୍ ଅଫ୍ କଳାହାଣ୍ଡି’ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ପୂର୍ବତନ ବିଧାୟକ ଅନାମ ନାଏକ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ।

ମହାବୀର ମହୋତ୍ସବ-୨୦୨୨ର ଦ୍ୱିତୀୟ ଦିବସରେ ଦିବା ୧୦ ଘଣ୍ଟା ସମୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ଏହାପରେ ଦିବା ୧୨ ଘଣ୍ଟାରେ ଦ୍ଵିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ୬ ଘଣ୍ଟା ସମୟରେ ଭଏସ୍ ଅଫ୍ କଳାହାଣ୍ଡିର ଦ୍ୱିତୀୟ ସ୍କ୍ରିନିଂ କାର୍ଯ୍ୟକ୍ରମ ଭବାନୀପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ରାତ୍ର ୮ ଘଣ୍ଟା ସମୟରେ ‘ଶୁଭମ୍’ ମ୍ୟୁଜିକ୍ ଭବାନୀପାଟଣା ପ୍ରାୟୋଜିତ ଲୋକସଂଗୀତ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାରେ ବହୁ ପ୍ରତିଯୋଗୀ ଯୋଗଦାନ କରିଥିଲେ । ସଂଗ୍ରାମ ସରାଫ୍, ଶୁଭେନ୍ଦୁ କୁମାର ପାଢ଼ୀ, ରୁବି ମହାନ୍ତି ଭଏସ୍ ଅଫ୍ କଳାହାଣ୍ଡିର ବିଚାରକ ରୂପେ ଯୋଗଦାନ କରିଥିବା ବେଳେ ମହାଗୁରୁ ଭାବେ ମନୋରଂଜନ ପାଢ଼ୀ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.