ଓଡ଼ିଶାକୁ ଟିକସ ହସ୍ତାନ୍ତର ବାବଦରେ ମିଳିଲା ୫୨୮୩ କୋଟି ଟଙ୍କା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ:  କେନ୍ଦ୍ର ସରକାର ଦୁଇଟି କିସ୍ତିରେ ଟିକସ ହସ୍ତାନ୍ତର ଆକାରରେ ୧,୧୬,୬୬୫ କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ହସ୍ତାନ୍ତର କରିଛନ୍ତି । ସାଧାରଣ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୩ କୋଟି ଟଙ୍କା ତୁଳନାରେ ଏହି ଅର୍ଥ ଖୁବ ଅଧିକ  ଥିବା ଜଣାପଡିଛି । ଓଡ଼ିଶାକୁ ଟିକସ ହସ୍ତାନ୍ତର ବାବଦରେ ୫୨୮୩ କୋଟି ଟଙ୍କା ମିଳିଛି । ପୁଞ୍ଜି ଓ ବିକାଶ ବ୍ୟୟକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧତା ଅନୁରୂପ ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ରାଜ୍ୟମାନଙ୍କୁ ହସ୍ତାନ୍ତର କରାଯାଇଥିବା ଟିକସର ରାଜ୍ୟୱାରୀ ବିବରଣୀ:-

କ୍ରଂସଂ ରାଜ୍ୟର ନାମ ମୋଟ୍‌ କୋଟିରେ
1 ଆନ୍ଧ୍ର ପ୍ରଦେଶ 4721
2 ଅରୁଣାଚଳ ପ୍ରଦେଶ 2050
3 ଆସାମ 3649
4 ବିହାର 11734
5 ଛତିଶଗଡ଼ 3975
6 ଗୋଆ 450
7 ଗୁଜରାଟ 4058
8 ହରିୟାଣା 1275
9 ହିମାଚଳ ପ୍ରଦେଶ 968
10 ଝାଡ଼ଖଣ୍ଡ 3858
11 କର୍ଣ୍ଣାଟକ 4255
12 କେରଳ 2246
13 ମଧ୍ୟପ୍ରଦେଶ 9158
14 ମହାରାଷ୍ଟ୍ର 7370
15 ମଣିପୁର 835
16 ମେଘାଳୟ 895
17 ମିଜୋରାମ 583
18 ନାଗାଲାଣ୍ଡ 664
19 ଓଡ଼ିଶା 5283
20 ପଞ୍ଜାବ 2108
21 ରାଜସ୍ଥାନ 7030
22 ସିକିମ 453
23 ତାମିଲନାଡ଼ୁ 4759
24 ତେଲଙ୍ଗାନା 2452
25 ତ୍ରିପୁରା 826
26 ଉତ୍ତର ପ୍ରଦେଶ 20929
27 ଉତ୍ତରାଖଣ୍ଡ 1304
28 ପଶ୍ଚିମବଙ୍ଗ 8777
ସର୍ବମୋଟ 116665

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.