ଅମିତ ଶାହଙ୍କ ସହ ଭେଟ ପରେ ଧୋନୀଙ୍କ ବିଜେପିରେ ମିଶିବା ନେଇ ଜୋର ଧରିଲା ଚର୍ଚ୍ଚା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭେଟ ପରେ ବିଭିନ୍ନ ଗୁଜବ ସୃଷ୍ଟି ହେବାରେ ଲାଗିଛି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଧୋନୀ ବିଜେପିରେ ମିଶିବା ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହୋଇଛି । ଇଣ୍ଡିଆନ ସିମେଂଟର ୭୫ ବର୍ଷ ପୂରଣ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଇଣ୍ଡିଆ ସିଂମେଟର ମାଲିକ ହେଉଛନ୍ତି ଏନ ଶ୍ରୀନିବାସନ । ସେ ମଧ୍ୟ ଚେନ୍ନାଇ ସୁପର କିଙ୍ଗସକୁ କିଣିଛନ୍ତି । ଏହି କାର୍ଯ୍ୟକ୍ରମକୁ ରାଜନେତାଠାରୁ ଆରମ୍ଭ କରି ଖେଳାଳି ଓ ଫିଲ୍ମ ଅଭିନେତା ଯୋଗ ଦେଇଥିଲେ । ଶାହ ଓ ଧୋନୀ ପରସ୍ପରକୁ ଏଠାରେ ଭେଟିଥିଲେ । ଯାହାକୁ ନେଇ ଏହି ଗୁଜବ ସୃଷ୍ଟି ହୋଇଛି । ଧୋନୀ କିମ୍ବା ଶାହ ଏ ସମ୍ପର୍କରେ କୌଣସି ବୟାନ ଦେଇ ନାହାନ୍ତି । ପୂର୍ବରୁ ସୌରଭ ଗାଙ୍ଗୁଲି ବିଜେପିରେ ମିଶିବା ନେଇ ମଧ୍ୟ ଏ ଭଳି ଗୁଜବ ସୃଷ୍ଟି ହୋଇଥିଲା । ତେବେ ଧୋନୀ ବିଜେପିରେ ମିଶିବେ କି ନାହିଁ ତାହା ଅଗାମୀ ଦିନରେ ସ୍ପଷ୍ଟ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.