କର୍ଲାମୁଣ୍ଡା ସରସ୍ବତୀ ଶିଶୁ ମନ୍ଦିରର ଛାତ୍ର ଆୟୁଷ ରମଣ ସାହୁଙ୍କ କୃତିତ୍ୱ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ସରସ୍ବତୀ ଶିଶୁ ମନ୍ଦିର କର୍ଲାମୁଣ୍ଡାର ଛାତ୍ର ଆୟୁଷ ରମଣ ସାହୁ ଜବାହାର ନବୋଦୟ ବିଦ୍ୟାଳୟର ପ୍ରବେଶିକା ପରିକ୍ଷାରେ ଉତିନ୍ନ ହୋଇଛନ୍ତି। କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଗ୍ରାମର କୋଦଣ୍ଡ ସାହୁ ଓ କୁନ୍ତି ସାହୁଙ୍କ ଏକ ମାତ୍ର ପୁତ୍ର ଆୟୁଷଙ୍କ ଏହି ସଫଳତା ପାଇଁ କର୍ଲାମୁଣ୍ଡା ସରସ୍ବତୀ ଶିଶୁ ମନ୍ଦୀର ପ୍ରଧାନ ଆର୍ଚାର୍ଯ୍ୟ ଶାନ୍ତନୁ ମିଶ୍ର ତଥା ସମସ୍ତ ଗୁରୁଜି ଗୁରୁମା, ଜେଜେବାପା ଶଙ୍କର ସାହୁ, ଜେଜେମାଁ ଗୁଞ୍ଜ ସାହୁ, କାକା, ଖୁଡି ସମେତ କର୍ଲାମୁଣ୍ଡା ମିଡିଆକ୍ଲବ ସଂପାଦକ ନବୀନ କିଶୋର ସାହୁ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.