ଧାନ କାଟିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ମହିଳା

ଓଡ଼ିଆ ବାର୍ତ୍ତା/ କେସିଙ୍ଗା(ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅନ୍ତର୍ଗତ ଦେ ଗାଁ ପଞ୍ଚାୟତର ଜାମଜୋର ଗାଁର କିଛି ମହିଳା ଧାନ କାଟିବାକୁ ବିଲକୁ ଯାଇଥିଲେ । ହଠାତ ନିକଟସ୍ଥ ଜଙ୍ଗଲରୁ ଏକ ଭାଲୁ ଦୌଡି ଆସି ପୁରୁଷ ଓ ମହିଳା ମାନଙ୍କୁ ଆକ୍ରମଣ କରିଥିଲା । ଭାଲୁକୁ ଦେଖି ଭୟରେ ସମସ୍ତେ ଜୀବନ ବଞ୍ଚାଇବାକୁ ଦୌଡି ଚାଲି ଯାଇଥିଲେ । ହେଲେ ଜାମଜୋର ଗ୍ରାମର ଜଣେ ସୁମିତ୍ରା ଗୌଡ ନାମ୍ନୀ ଜଣେ ମହିଳା ଭାଲୁ ହାବୁଡରେ ପଡିଯାଇଥିଲେ । ଭାଲୁ ମହିଳାଙ୍କ ମୁହଁରେ ଆକ୍ରମଣ କରୁଥିବା ବେଳେ ଆଉ ଜଣେ ମହିଳା ବଞ୍ଚାଇବାକୁ ଯିବା ବେଳେ ତାଙ୍କୁ ମଧ୍ଯ ଆକ୍ରମଣ କରି ଆହତ କରିଥିଲା ଭାଲୁ । ପରେ ଭାଲୁ ଟି ଜଙ୍ଗଲ ଆଡକୁ ଚାଲି ଯାଇଥିଲା । ଧାନ କାଟିବାକୁ ଯାଇଥିବା ଲୋକ ଓ ସ୍ଥାନୀୟ ବାସିନ୍ଦା ଦୁଇ ମହିଳାଙ୍କୁ ଉଦ୍ଧାର କରି ତୁରନ୍ତ ୧୦୮ ଯୋଗେ ଭବାନିପାଟଣା ମୁଖ୍ଯ ଚିକିତ୍ସାଳୟକୁ ପଠାଇଥିଲେ ହେଲେ ସୁମିତ୍ରା ଗୌଡଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.