କୁଲତା ଯୁବ ଶକ୍ତି କଳାହାଣ୍ଡି ଶାଖାର ସାଙ୍ଗଠନିକ ବୈଠକ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ବ୍ଲକ ଅନ୍ତର୍ଗତ କେରୋକୁଡା ଗ୍ରାମରେ କୁଲତା ଯୁବ ଶକ୍ତି କଳାହାଣ୍ଡି ଶାଖାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିଥି ଭାବରେ କୁଲତା ଯୁବ ଶକ୍ତି ଓଡିଶାର ଉପଦେଷ୍ଟା ହରେକୃଷ୍ଣ ଭୋଇ, ସାଧାରଣ ସଂପାଦକ ହରିସ୍ ଚନ୍ଦ୍ର ନାଏକ, ଜୋନ ୧ ସଭାପତି ଡୋଲାମଣି ପ୍ରଧାନ ପ୍ରମୁଖ ଯୋଗଦେଇ ସାଙ୍ଗଠନିକ ଶକ୍ତିକୁ ଆହୁରି ମଜଭୂତ କରିବାକୁ ଆହ୍ବାନ ଦେଇଥିଲେ । ସମାଜର ଅନ୍ୟତମ ବିଶିଷ୍ଟ ବ୍ୟକ୍ତି କହ୍ନେଇ ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ କେରୋକୁଡା , ପୂଜୁଗୁଡା, ଗାଇଗାଁ, ବୋରିଙ୍ଗପଦର, ତେନ୍ତୁଳିପଡା ଆଦି ଗ୍ରାମର ଯୁବକ, ମହିଳା ଓ ସମାଜର ଅନେକ ସମ୍ମାନସ୍ପଦ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ବୈଠକରେ କୁଲତା ଯୁବ ଶକ୍ତି ସଂଗଠନର ବୃଦ୍ଧି, ସମାଜର ପରମ୍ପରା ଓ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା, ଯୁବକଯୁବତୀମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ନେଇ ଆଲୋଚନା କରାଯାଇଥିଲା ।ବର୍ତ୍ତମାନ କୁଲତା ସମାଜରେ ଧିରେ ଧିରେ ପାଶ୍ଚାତ୍ଯ ସଂସ୍କୃତିର ଅନୁପ୍ରବେଶ ହୋଇଥିବା ବେଳେ ଏହାକୁ କିଭଳି ରୋକାଯାଇପାରିବ ସେ ନେଇ ସମସ୍ତେ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଚିତ୍ତରଞନ ସା, ଅନୁପ ଗଡତ୍ୟା, ପିଣ୍ଟୁ ବୁଦ୍ଧିଆ, କେଶବ ବୁଦ୍ଧିଆ, ସୁଶାନ୍ତ ସାହୁ, ରାଜୁ ସାହୁ, ରୁପେଶ ସା, ରୁଦ୍ରମାଧବ ଭୋଇ, ଅଶୋକ କୁମାର ସା, ବିଷ୍ଣ ଗଡତ୍ୟା, ଦଧିଚନ୍ଦ୍ର ଭୋଇ, ହରପ୍ରସାଦ ସା, ଜଗଦିଶ ସା, ରଞ୍ଜିତା ଭୋଇ, ପୁଷ୍ପାଞ୍ଜଳୀ ଭୋଇ, ସରିତା ପଧାନ, ଗୋମତି ବୁଦ୍ଧିଆ ପ୍ରମୁଖ ଉପସ୍ଥିତ ଥିଲେ । ତେଜରାଜ ସା ଧନ୍ୟବାଦ ଦେଇଥିବା ବେଳେ କେରୋକୁଡା ଗ୍ରାମର ଜାତିଭାଇ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.