ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଧାଡ଼ି ବୃକ୍ଷ ରୋପଣ ଅଭିଯାନ ପରିଚାଳିତ

ଓଡ଼ିଆ ବାର୍ତ୍ତା/ ଝାରସଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ବୃହତ ଆଲୁମିନିୟମ ନିର୍ମାତା ରାଜ୍ୟ ରାଜମାର୍ଗ ପାର୍ଶ୍ଵରେ ୧୦ କିମି ବ୍ୟାପୀ ଧାଡ଼ି ବୃକ୍ଷରୋପଣ କରିଛି । ଜିଲ୍ଲା ପ୍ରଶାସନ ସହିତ ସହଯୋଗରେ କଂପାନି ରାସ୍ତାର ଉଭୟ ପାର୍ଶ୍ଵରେ ୩୨୦୦ ଚାରା ରୋପଣ କରାଯାଇଥିଲା। ଏହି ଅଭିଯାନ ବଡ଼ମାଳ-ପ୍ରଶନ୍ନପଡ଼ାପଂଚପଡ଼ା ଛକ ଠାରୁ ଆରମ୍ଭ ହୋଇଥିଲା । ଜାମୁ, ଅର୍ଜୁନ, ନିମ, ପେସ୍ତା ବାଦାମ ଓ ରାଧାଚୁଡ଼ା ପରି ବୃକ୍ଷ ଗୁଡ଼ିକୁ ରୋପଣ କରାଯାଇଥିଲା ।

ବେଦାନ୍ତ ଝାରସୁଗୁଡ଼ାର ପରିବେଶର ଉନ୍ନତି ପାଇଁ ବ୍ୟାପକ କାର୍ଯ୍ୟ କରୁଛି । କଂପାନୀ ପକ୍ଷରୁ ଗ୍ରୀନହାର୍ଟସ-ଏକ ବାର୍ଷିକ ଜୈବ ବିକାଶ ଅଭିଯାନ ପରିଚଳନା କରାଯାଇଥାଏ ଯେଉଁଥିରେ କଂପାନିର ବ୍ୟବସାୟିକ ଗୋଷ୍ଠୀ ବର୍ଷା ଋତୁ ସମୟରେ ଗଣ ବୃକ୍ଷରୋପଣ କରିଥାନ୍ତି । ଏହା ଦ୍ବାରା ଗତ ବର୍ଷ ସୁଦ୍ଧା ୩.୬ ଲକ୍ଷ ବୃକ୍ଷ ରୋପିତ ହୋଇଛି । ବିଭିନ୍ନ ପଦକ୍ଷେପ ଜରିଆରେ ୧.୪୮ ଲକ୍ଷ ଚାରା ରୋପଣ କରାଯାଇଛି ।

ଚାଲୁ ରହିଥିବା ଏହି କାର୍ଯ୍ୟକ୍ରମ ସଂପର୍କରେ ଶ୍ରୀ ସୁନିଲ ଗୁପ୍ତା, ସିଇଓ ବେଦାନ୍ତ ଲି, ଝାରସୁଗୁଡ଼ା କହିଛନ୍ତି ଯେ ଜୈବ ନିବେଶ ଆମର ସ୍ଥିରତା ପ୍ରୟାସର ଏକ ଗୁରୁତ୍ଵପୂର୍ଣ୍ଣ ସ୍ତମ୍ଭ ହୋଇଥିବାରୁ ଆମେ ଜିଲ୍ଲା ପ୍ରଶାସନର ସହଭାଗୀତା ପାଇଥିବାରୁ ଗର୍ବିତ । ବେଦାନ୍ତ ଆଗାମୀ କାଲି ପାଇଁ ଏକ ସବୁଜ ଭବିଷ୍ୟତ ନିର୍ମାଣ କରିବାକୁ ପ୍ରୟାସୀ । ଏହି ପଦକ୍ଷେପ ଜରୀଆରେ ଆମେ ଜଳର ପୁନଃସଂରକ୍ଷଣ, ବର୍ଜ୍ୟବସ୍ତୁ ପରିଚାଳନା, ଅକ୍ଷୟ ଶକ୍ତି କ୍ରୟ ଇତ୍ୟାଦି ସ୍ଥିରତା ମୂଳକ ପଦକ୍ଷେପମାନ ଗ୍ରହଣ କରୁଅଛୁ ।

ଏହି ପଦକ୍ଷେପକୁ ପ୍ରଶଂସା କରି ଝାରସୁଗୁଡ଼ାର ଜିଲ୍ଲା ମାଜିଷ୍ଟ୍ରେଟ ଓ କଲେକ୍ଟର ଶ୍ରୀ ସରୋଜ କୁମାର ସାମଲ, କହିଛନ୍ତିଯେ ଅମାର ରାଜଥକୁ ସୁନ୍ଦର କରିବା ଦ୍ଵାରା ଆମ ଅଂଚଳର ଶୋଭା ବୃଦ୍ଧି ହୋଇ ପାରିବ । ବୃକ୍ଷ ରୋପଣ ଅଭିଯାନ ସହିତ ଆସନ୍ତା ତିନିବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ ପାଇଁ ଆମେ କଂପାନିକୁ ଧନ୍ୟବାଦ ଜଣାଉଛୁ ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍କେଲ୍‌ର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.