ସାମ୍ବାଦିକା ହେବାକୁ ଚାହୁଁଥିଲେ, ମୁଖ୍ୟ ସମ୍ବାଦ ପାଲଟିଗଲେ ଶ୍ରଦ୍ଧା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦିନେ ସାମ୍ବାଦିକ ହେବାକୁ ଚାହୁଁଥିବା ଶ୍ରଦ୍ଧା ଆଜି ସବୁ ମିଡିଆର ମୁଖ୍ୟ ସମ୍ବାଦ ବନି ଯାଇଛି । ଆମେ ସେହି ଭୟନାକ ହତ୍ୟାକାଣ୍ଡର କଥା କହୁଛୁ ଯେଉଁଠି ଅଫତାବ ଅମୀନ ନିଜ ଲିଭ-ଇନ୍ ପାର୍ଟନର ତଥା ପ୍ରେମିକା ଶ୍ରଦ୍ଧାକୁ ହତ୍ୟା କରିବା ପରେ ୩୫ ଖଣ୍ଡ କରି କାଟିଥିଲା ଆଉ ନିଃଶବ୍ଦ ରାତିରେ ଫିଙ୍ଗୁଥିଲା । ଏ ରାକ୍ଷସ ପ୍ରେମିକକୁ ପୋଲିସ ଗିରଫ କରିଛି ଆଉ ସେ ମଧ୍ୟ ନିଜ ଭୁଲକୁ ସ୍‌:ୀକାର କରିଛି । ଶ୍ରଦ୍ଧା ସହ କଲେଜରେ ପଢୁଥିବା ଜଣେ ସାଙ୍ଗ ରଜତ ଶୁକ୍ଳାଙ୍କ କହିବା ଅନୁଯାୟୀ ଅଫତାବଙ୍କ ସହ ସଂପର୍କରେ ଆସିବା ପରେ ଶ୍ରଦ୍ଧା ବଦଳି ଯାଇଥିଲା । ଶ୍ରଦ୍ଧା ମୋ ସହ ଏକାଠି ପଢୁଥିଲା । ସାମ୍ବାଦିକା ହେବା ପାଇଁ ତାର ଭାରି ଇଚ୍ଛା ଥିଲା । ସେ ଖୁବ ସ୍ମାର୍ଟ ଏବଂ ଆକ୍ଟିଭ ଝିଅ । ୨୦୧୮ରେ ଅଫତାବ ତା ଜୀବନରେ ଆସିବା ପରେ ଶ୍ରଦ୍ଧା ବଦଳିବା ଆରମ୍ଭ କରିଥିଲା ଯାହା ଚିନ୍ତାଜନକ ଥିଲା । ତା ଚେହେରାରେ ପୂର୍ବର ସେ ଚମକ ହଜି ଯାଇଥିଲା । ୨୦୧୯ରେ ଅଫତାବ ଠିକଠାକ ଲାଗୁଥିଲା । ପରେ ଜଣାପଡ଼ିଲା, କାମକୁ ନେଇ ଉଭୟେ ଦିଲ୍ଲୀ ସିଫ୍ଟ ହୋଇ ଯାଇଛନ୍ତି । ଯେମିତି ଭାବେ ତାଙ୍କୁ ହତ୍ୟା କରାଗଲା ତାହା ଭାବିଲେ ହୃଦୟ ଥରି ଯାଉଛି । ଏହା ଏକ ଭୟଙ୍କର ଷଡ଼ଯନ୍ତ୍ର । କୌଣସି ପ୍ରେମ କାହାଣୀର ଅନ୍ତ ଏପରି ହୋଇ ନ ପାରେ ବୋଲି କହିଛନ୍ତି ଶ୍ରଦ୍ଧାଙ୍କ ବନ୍ଧୁ ରଜତ । ୨୬ ବର୍ଷର ଶ୍ରଦ୍ଧା ତାଙ୍କ ପରିବାର ସହ ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ ରୁହନ୍ତି । ଶ୍ରଦ୍ଧା ଏକ ମଲଲ୍ଟି ନାଶନାଲ କମ୍ପାନୀର କଲ୍‌୍ ସେଣ୍ଟରରେ କାମ କ଼ରିବା ସମୟରେ ଅଫତାବଙ୍କ ସହ ତାଙ୍କର ଭେଟ ହୁଏ । ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢୁଥିବା ଦେଖି ପରିବାର ଲୋକେ ବିରୋଧ କରିଥିଲେ । ହେଲେ ଶ୍ରଦ୍ଧା ବାପା-ମା’ଙ୍କ ଉପରେ ରାଗି ଘର ଛାଡ଼ି ଦେଇଥିଲେ ଏବଂ ଅଫତାବଙ୍କ ସହ ଳିଭଇନରେ ରହିଲେ । ହେଲେ ହଠାତ ଦିନେ ଶ୍ରଦ୍ଧା-ଅଫତାବ ମୁମ୍ବଇ ଛାଡ଼ି ଦିଲ୍ଲୀ ଚାଲି ଆସିଥିଲେ । କିଛି ଦିନ ପରେ ଶ୍ରଦ୍ଧାଙ୍କ ଫୋନ ନମ୍ବର ବନ୍ଦ ହୋଇଗଲା । ଶ୍ରଦ୍ଧାଙ୍କ ବାପାଙ୍କ କହିବା ଅନୁଯାୟୀ, ସେ ନଭେମ୍ବର ୮ ତାରିଖ ଦିନ ଯେତେବେଳେ ଛତରପୁର ସ୍ଥିତ ଶ୍ରଦ୍ଧାଙ୍କ ବାସଭବନରେ ପହଞ୍ଚିଲେ ସେଠି କବାଟରେ ତାଲା ପଡ଼ିଥିବା ଦେଖିଲେ । ସେ ମହରୋଲି ଥାନାରେ ପହଞ୍ଚି ଏଫଆଇଆର ଦାଏର କରିଥିଲେ । ଶନିବାର ପୋଲିସ ଅଫତାବଙ୍କୁ ନେଇ ଜେରା କରିଥିଲା । ପରେ ସବୁ ଖବର ସାମ୍ନାକୁ ଆସିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.