ରାୟଗଡା ଟାଉନ ଥାନାରେ ଶହୀଦ ବିର୍ସା ମୁଣ୍ଡାଙ୍କ ଜୟନ୍ତି ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସ୍ୱାଧୀନତା ସଂଗ୍ରାମୀ ଶହୀଦ ବିର୍ସା ମୁଣ୍ଡାଙ୍କ ୧୪୭ତମ ଜନ୍ମ ଜୟନ୍ତି ରାୟଗଡା ଟାଉନ ଥାନା ପକ୍ଷରୁ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିର୍ସା ମୁଣ୍ଡାଙ୍କ ଫୋଟ ଚିତ୍ରରେ ପୁଷ୍ପ ଦେଇ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

ରାୟଗଡା ଉପଖଣ୍ଡ ପୋଲିସ ଅଧିକାରୀ ଦିବ୍ୟଜ୍ୟୋତି ଦାଶ, ବିଷମକଟକ ଏସଡିପିଓ ଆକାଶ ଚନ୍ଦ୍ର ସାହୁ, ରାୟଗଡା ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ, ଏସ.ଆଇ.ଶିବ ଶଙ୍କର ସାହୁ, ରୁଦ୍ର ନାରାୟଣ ନାୟକ, ସନ୍ଧ୍ୟାରାଣୀ ତିର୍କି, ବିକାଶ ପଟେଲ, ସଂଜୟ କୁମାର ଛତର, ହେମନ୍ତ ବରିହା, ଚନ୍ଦ୍ରମା ଶବରଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

ଜନଜାତି ବର୍ଗର ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ବ୍ରିଟିଶ ଶାସନକୁ ଦୋହାଲାଇ ଦେଇଥିଲେ । ସେ ଦେଶ ପାଇଁ ଶହୀଦ ହୋଇଥିଲେ । ତାଙ୍କୁ ଆମେ ଆଦର୍ଶ ଭାବେ ଗ୍ରହଣ କରୁଛୁ ତାଙ୍କର ଦେଶ ସେବା ନୀତିରେ ସମସ୍ତେ ଅନୁପ୍ରାଣିତ ହେବା ପାଇଁ ଜିଲ୍ଳା ଏସ.ପି. ଶ୍ରୀ ଶର୍ମା ପ୍ରକାଶ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.