ଆଇପିଏଲରୁ ଅବସର ନେଲେ ଷ୍ଟାର ଅଲରାଉଣ୍ଡର କିରନ ପୋଲାର୍ଡ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଷ୍ଟାର ଅଲରାଉଣ୍ଡର କିରନ ପୋଲାର୍ଡ ଆଜି ଆଇପିଏଲରୁ ଅବସର ଘୋଷଣା କରିଛନ୍ତି । ସେ ୧୩ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ଟିମ ସହିତ ଜଡିତ ଥିଲେ । ମିନି ଅକ୍ସନ ପୂର୍ବରୁ ମୁମ୍ବାଇ ତାଙ୍କୁ ରିଲିଜ କରିଥିଲା । ଏହା ପରେ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ସେ ମୁମ୍ବାଇର ବ୍ୟାଟିଂ କୋଚ ଦାୟିତ୍ୱ ତୁଲାଇବି । ପୋଲାର୍ଡ ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ସେ ଯଦି ଖେଳିବେ ମୁମ୍ବାଇ ପକ୍ଷରୁ ଅନ୍ୟଥା ନୁହେଁ । ତେବେ ମୁମ୍ବାଇ ଏମିରେଟ୍ସ ପକ୍ଷରୁ ଖେଳିବା ଜାରୀ ରଖିବେ । ୨୦୧୦ରେ ଦିଲ୍ଲୀ ପକ୍ଷରୁ ସେ ପ୍ରଥମେ ଖେଳିଥିଲେ । ୨୦୨୨ରେ ଶେଷ ଆଇପିଏଲ କୋଲକତା ତରଫରୁ ଖେଳିଥିଲେ । ପୋଲାର୍ଡ ଆଇପିଏଲରେ ୧୮୯ ମ୍ୟାଚରେ ୧୬ ଅର୍ଦ୍ଧଶତକ ସହ ୩୪୧୨ ରନ ସଂଗ୍ରହ କରିଛନ୍ତି । ସେ ୬୯ ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ମୁମ୍ବାଇ ୫ଥର ଆଇପିଏଲ ଚାମ୍ପିୟନ ହୋଇଛି । ସବୁଥର ପୋଲାର୍ଡ ଦଳର ସଦସ୍ୟ ରହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.