ଏବିଭିପି ତରଫରୁ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ୱାଧିନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ତଥା ଜନଜାତି ଗୌରବ ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ସାନ୍ଦୁଲ ପଡିଆ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନର୍ଲା ନଗର ତରଫରୁ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ଏହାର ଉଦ୍ଘାଟନୀ ଉତ୍ସବରେ କଳାହାଣ୍ଡି ଲୋକସଭା ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ ଯୋଗଦାନ କରି ଟୁର୍ଣ୍ଣାମେଣ୍ଟଟିକୁ ଉଦ୍ଘାଟନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲା ପିଏନ୍ଏସ୍ ପ୍ରତିନିଧି ଲିଙ୍ଗରାଜ ମିଶ୍ର ଯୋଗଦାନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଜନଜାତି ଗୌରବ ଦିବସ ଅବସରରେ ଏବିଭିପି ତରଫରୁ ଆୟୋଜିତ ଏହି ବ୍ଲକ୍ ସ୍ତରୀୟ ଇଣ୍ଟର କଲେଜ କ୍ରୀକେଟ ଟୁର୍ଣ୍ଣାମେଣ୍ଟରେ ନର୍ଲା ପଞ୍ଚାୟତ ସମିତି ଜୁନିୟର କଲେଜର ପ୍ରଥମ ବର୍ଷ ଓ ଦ୍ୱିତୀବର୍ଷ ଛାତ୍ରଙ୍କ ଦୁଇ ଗୋଟି କ୍ରୀକେଟ ଟିମ୍, ନର୍ଲା ଡିଗ୍ରୀ କଲେଜର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଙ୍କୁ ନେଇ ଗଠିତ ତିନି ଗୋଟି କ୍ରୀକେଟ ଟିମ୍, ମାଉଣ୍ଟେନ କିଡ୍ସ ଉଚ୍ଚ ବିଦ୍ୟାଳୟ କ୍ରୀକେଟ ଟିମ୍, ଲାଞ୍ଜିଗଡ ରୋଡ ଓ ତୁଳାପଡା ଏଭଳି ଆଠ ଗୋଟି କ୍ରୀକେଟ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରଥିଲେ । ମାଉଣ୍ଟେନ କିଡ୍ସ ଓ ନର୍ଲା ଜୁନିୟର କଲେଜ ପ୍ରଥମ ବର୍ଷ ଟିମ୍ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ନାଏକ ବ୍ୟାଟ୍, ବଲ ଓ ଷ୍ଟମରେ ଚନ୍ଦନ, ସିନ୍ଦୁର ଲଗେଇ ନାରିକେଳ ଭାଙ୍ଗି ପୂଜା କରି ନିଜେ ବ୍ୟାଟ୍ ଧରି ବ୍ୟାଟିଂ କରିବା ପରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା । ୬ ଓଭର ବିଷିଷ୍ଟ ଏହି ଟୁର୍ଣ୍ଣାମେଣ୍ଟ କୁ ଅମ୍ପାୟର ଭାବରେ ବବି ହରିଜନ ଓ ମନୋଜ ପାତ୍ର ମ୍ୟାଚ୍ ପରିଚାଳନା କରୁଥିବା ବେଳେ ସ୍କୋରବୋର୍ଡ ଦାଇତ୍ୱରେ ମୋହିତ ସାହୁ ଓ ପୂର୍ଣ୍ଣଚନ୍ଦ୍ର କରୁଆଁ ରହିଥିଲେ । ଏବିଭିପିର କଳାହାଣ୍ଡି ବିଭାଗ ସଂଯୋଜକ ନୃପମଣି ବାହୁକ, ନଗର ସମ୍ପାଦକ ରାହୁଲ ପଧାନ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ । ଏବିଭିପିର କ୍ରୀଡା ପ୍ରମୁଖ ଜୀବନ ଛତ୍ରୀଆ, ୟୁନିଟ ସଭାପତି ରତ୍ନାକର ନାଏକ ଓ ଏବିଭିପିର ସଦସ୍ୟ ବୃନ୍ଦ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ । ସନ୍ଧ୍ୟା ୫ ଘଣ୍ଟା ସମୟରେ ଗୋଟିଏ ସେମି ଫାଇନାଲ ଖେଳ ହୋଇ ପରିଥିବା ବେଳେ ଆଉ ଗୋଟିଏ ସେମି ଫାଇନାଲ ମାଉଣ୍ଟେନ କିଡ୍ସ ହାୟର ସ୍କୁଲ ଓ ତୁଲାପଡା କଲେଜର ରାତି ହୋଇଯିବ ବା ଯୋଗୁଁ ହୋଇପାରି ନଥିବା ବେଳେ ଫାଇନାଲ ଖେଳ ମଧ୍ୟ ବାକି ରହିଗଲା । ଏଣୁ ଏହି ଦୁଇଗୋଟି ଖେଳ ପରିଚାଳନା କମିଟିର ଦିନ ଧାର୍ଯ୍ୟ ପରେ ଖେଳାଯିବ ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.