ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦୀର୍ଘ ୨୭ ବର୍ଷ ପରେ ନିୟମାନୁଯାୟୀ କଳାହାଣ୍ଡି ଜିଲ୍ଲା ସଂସ୍କୃତି ପରିଷଦର ପୁନର୍ଗଠିତ ହୋଇଛି। ୧୯୯୫ ମସିହା ପରଠୁ ପୁନର୍ଗଠିତ ହୋଇନଥିବା ଏହି ପରିଷଦରେ ୯ଜଣ ସଦସ୍ୟ ଓ ୬ଟି ଅନୁଷ୍ଠାନ ସାମିଲ ହୋଇଛନ୍ତି। ସଦସ୍ୟମାନେ ହେଲେ ଜୟଦ୍ରଥ ସୁନା, ଧ୍ୟାନାନନ୍ଦ ପଣ୍ଡା, ଜୟନ୍ତ ବେହେରା, ପ୍ରଭାସ ମିଶ୍ର, ମହେଶ୍ୱର ସରାଫ, ସତ୍ୟନାରାୟଣ ମହାପାତ୍ର, ଡ଼. ସୁନୀତି ମୁଣ୍ଡ, ଅବଦୁଲ କାଦିର। ଅନୁଷ୍ଠାନ ଗୁଡିକ ମଧ୍ୟରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ମହାବୀର ସାଂସ୍କୃତିକ ଅନୁଷ୍ଠାନ, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, ଶୁଭମ, କଳାହାଣ୍ଡି ଲେଖିକା ସଂଘ, କଳାହାଣ୍ଡି ଲେଖକ କଳା ପରିଷଦ ପ୍ରମୁଖ ରହିଛନ୍ତି। ସାଂସ୍କୃତିକ ସଂଯୋଜକ ଭାବେ ଅଶୋକ ପଟ୍ଟନାୟକ ମନୋନୀତ ହୋଇଛନ୍ତି। ପରିଷଦ ପୁନର୍ଗଠନ ସମ୍ପର୍କରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ପି. ଅନ୍ୱେଷା ରେଡ୍ଡୀ ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।