ମଣି ବରିହା ସ୍ମାରକି ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ: କୁସମେଲକୁ ହରେଇ ସମଲେଶ୍ୱରୀ କ୍ଲବ ସେମି ଫାଇନାଲରେ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର: ଜନ କଲ୍ୟାଣ ଯୁବ ସଂଘ ଫୁଟବଲ ଏସୋସିଏସନ ଆନୁକୁଲ୍ୟରେ ପ୍ରଥମ ମଣି ବରିହା ସ୍ମାରକି ଫୁଟବଲ ପ୍ରତିଯୋଗିତାର ଚତୁର୍ଥ ଦିନର ଖେଳ ଖୁଜେନପାଲି ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଖେଳରେ ୧-୦ ଗୋଲରେ ସକମାକୁ ହରାଇ ସମଲେଶ୍ୱରୀ କ୍ଲବ ବିଜୟୀ ହୋଇଥିବା ବେଳେ, ଦ୍ୱିତୀୟରେ ଟ୍ରାଇବ୍ରେକରରେ ମହିମୁଣ୍ଡାକୁ ହରାଇ କୁସମେଲ ବିଜୟୀ ହୋଇଥିଲା ଓ ତୃତୀୟ କ୍ୱାଟର ଫାଇନାଲରେ ଟ୍ରାଇବ୍ରେକରରେ କୁସମେଲକୁ ହରାଇ ସମଲେଶ୍ୱରୀ କ୍ଲବ ସେମିଫାଇନାଲରେ ପ୍ରବେଶ କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଖେଳକୁ ଦେବରାଜ ନାହାକ, ନରସିଂ ନାଏଡୁ, ଖଲିଉର ରହେମାନ, ବିକି ବିଶି, ଦେବାଶିଷ ବାଗ, ଶୁଶାନ୍ତ ନାଗ, ବୈକୁଣ୍ଠ ଜେନା, ରାଜେନ୍ଦ୍ର ଧରୁଆ ରେଫରି ଭାବରେ ପରିଚାଳନା କରିଥିଲେ। ଏକ୍ସନ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀ, କ୍ରୀଡା ସଂସଦର ସଦସ୍ୟ ସିଦ୍ଧେଶ୍ୱର ମିଶ୍ର, ଖେଲୋ ଇଣ୍ଡିଆ ଜୋନାଲ ସଦସ୍ୟ ସୁମିତ ପୁରୋହିତ, ଖେଳ ଶିକ୍ଷକ ହୃଷିକେଶ ସାଏ, ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟର ଜିଲ୍ଲା ସାଧାରଣ ସଂପାଦକ ପ୍ରଦିପ୍ତ ମିଶ୍ର ଅତିଥି ଭାବରେ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ଆୟୋଜକ କମିଟିର ଅଧ୍ୟକ୍ଷ ବିନୋଦ କାଲସାଏ ଓ ସମ୍ପାଦକ ଦେବାଶିଷ କାଲସାଏଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ ପୂର୍ବ ଖେଳାଳି ସୁନିଲ ଚନ୍ଦ୍ର ବିଶ୍ୱାଲ, କ୍ରିଡା ସଂଗଠକ ଭୂପେନ୍ଦ୍ର ସିଂ, କ୍ରିଡା ସଂସଦ ସଦସ୍ୟ ସଂଗ୍ରାମ ବହିଦାର, ସୁଦାମ ପାଣିଗ୍ରାହୀ, ନାଏବ ସରପଂଚ ସଞ୍ଜୁ ଷାଣ୍ଢ ଓ ଲାଲମଣି କାଲସାଏ ମଂଚାସିନ ଥିଲେ ।

ଲକ୍ଷ୍ମଣ ମାଝି, ସୁନିଲ ପଟେଲ ଓ ପିଣ୍ଟୁ ବରିହା ମ୍ୟାନ୍ ଅଫ୍ ଦି ମ୍ୟାଚ ପାଇଥିଲେ। ଦିପକ ବରିହା, ଶଙ୍କର ଦିପ, ଗୋପିନାଥ କାଲସାଏ, ସୁଦାମ କାଲସାଏ, ମହାଦେବ କାଲସାଏ, ଚନ୍ଦ୍ରରାଜ କାଲସାଏ, ମାନସ କାଲସାଏ, ଶ୍ରୀକାନ୍ତ କାଲସାଏ, ବୁନୁ ତାଣ୍ଡି, କାମଦେବ ଷାଣ୍ଢ, ରାହାସ କାଲସାଏ ଓ ଜନ କଲ୍ୟାଣ ସଂଘର ସମସ୍ତ ସଦସ୍ୟ କ୍ରିଡ଼ା ଏବଂ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.