T20 କ୍ରିକେଟରେ ୧୦୫ ବଲ ବାକି ଥାଇ ମ୍ୟାଚ ଜିତି ବିଶ୍ୱରେକର୍ଡ କଲା କେନିୟା

ଓଡ଼ିଆ ବାର୍ତ୍ତା/ ନାଇରୋବି: ଟି୨୦ କ୍ରିକେଟରେ ଆଜି ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛି କେନିୟା । ମାଳୀ ବିପକ୍ଷ ମୁକାବିଲାକୁ କେନିୟା ମାତ୍ର ୧୫ ବଲରେ ୧୦ ୱିକେଟରେ ଜିତି ନେଇଥିଲା । ବଲ, ସମୟ ଏବଂ ୱିକେଟରେ ଏହା ସବୁଠାରୁ ବୃହତ ବିଜୟ । ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରିଆ ନାମରେ ଥିଲା । ୧୦୪ ବଲ ବ୍ୟବଧାନରେ ତୁର୍କୀକୁ ପରାସ୍ତ କରିଥିଲା ଅଷ୍ଟ୍ରିଆ । କେନିୟା ବିପକ୍ଷରେ ମାଳୀ ପ୍ରଥମେ ବ୍ୟାଟିଂ କରି ୩୦ ରନରେ ଅଲଆଉଟ ହୋଇ ଯାଇଥିଲା । ମକାଲୁ ୧୨ ରନ କରିଥିବା ବେଳେ ୬ଜଣ ବ୍ୟାଟ୍ସମ୍ୟାନ ଶୂନରେ ଆଉଟ ହୋଇଥିଲେ । ୬ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ପିଟର ଲ୍ୟାଗେଟ ୧୭ ରନରେ ୬ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ମାତ୍ର ୨.୩ ଓଭରରେ କେନିୟାକୁ ମ୍ୟାଚକୁ ଜିତି ନେଇଥିଲା । କଲିନ୍ସ ଓବୁୟା ୧୮ ଓ ପୁଷ୍କର ଶର୍ମା ୧୪ ରନ କରି ଅପରାଜିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.