ଯୁବଶକ୍ତି କ୍ଲବର T10 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ମ.ରାମପୁର ଟୁବୁସ ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ମଟୋଗଣ୍ଡା ଠାରେ ଯୁବଶକ୍ତି କ୍ଲବ ତରଫରୁ ଚାଲିଥିବା ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ବୋରପଦର ଦଳ ଟସ ଜିତି ବ୍ୟାଟିଂ କରି ମ.ରାମପୁର ଟୁବୁସକୁ ୮୭ ରନର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ମ.ରାମପୁର ଟୁବୁସ ଦଳ ୧୦ ଓଭରରେ ବିଜୟୀ ହୋଇଥିଲା। ଟୁବୁସର ବବ୍ଲୁ ମ୍ୟାନ ଅଫ ଦି ମ୍ୟାଚ, ସିରିଜ, ବେଷ୍ଟ ବେଟ୍ସ ମ୍ୟାନ ପୁରସ୍କୃତ ହୋଇଥିଲେ ଏବଂ ବୋରପଦରର କୁନା ବେଷ୍ଟ ବୋଲର ଭାବରେ ପୁରସୃତ ହୋଇଥିଲେ। ଚାମ୍ପିୟନ ଦଳକୁ ୯୦୦୦/- ସହ ଟ୍ରଫି ଏବଂ ରାନର୍ସ ଅପ ଦଳକୁ ୬୦୦୦/- ସହିତ ଟ୍ରଫି ପ୍ରଦାନ କରା ଯାଇଥିଲା। ମୁଖ୍ୟ ଅତିଥି ଭାବରେ ଯୁବନେତା ନୀଳ ମାଧବ ସିଂଦେଓ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଅମ୍ପାୟାର ଦାୟିତ୍ୱରେ ବିକାଶ ହାତୀ ଏବଂ ହିମାନ୍ଦ୍ର ପାତ୍ର ତୁଲାଇ ଥିବା ବେଳେ ମନ୍ଦିର ମାଝୀ ସ୍କୋର ବୋର୍ଡ ଦାଇତ୍ୱରେ ଥିଲେ। ଧାରା ବିବରଣୀ ପ୍ରଦାନ କରିଥିଲେ ଅରୁଣ ହାତୀ, କୁଞ୍ଜବିହାରୀ ହାତୀ ଓ ଗୋପୀ। କମିଟିର ହେମନ୍ତ, ବରୁଣ, ପ୍ରଶାନ୍ତ, ଗଗନ,ବବ୍ଲୁ, ଡବ୍ଲୁ, ହିମାନ, ଗୁଡୁ, ଆରବ, ଲକି, ଆଶିଷ, ବସନ୍ତ, ପଦୁ, ଭୁପିନ୍ଦର, ଅଜିତ, କାର୍ତିକ, ରାହୁଲ, ଅଶୋକ, ଜିତ, ଦିପୁନ, କୈଳାଶ, ସମୀର ପ୍ରମୁଖ କ୍ରିଡା ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.