ପୂର୍ବ ପ୍ରେମିକାକୁ ୬ ଖଣ୍ଡ କରି କୂଅରେ ଫିଙ୍ଗିଲା ନୃଶଂସ ପ୍ରେମିକ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଦୋହରାଇଲା ଶ୍ରଦ୍ଧା ମର୍ଡର କେସ୍‌ ଘଟଣା । ପୁଣି ସାମ୍ମାକୁ ଆସିଲା ପ୍ରେମିକାକୁ କାଟି ଫୋପାଡ଼ିବା ଭଳି ଅମାନବୀୟ କାଣ୍ଡ । ପୂର୍ବରୁ ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ସମସ୍ତଙ୍କ ହୃଦୟ ଥରାଇ ଦେଇଥିବା ବେଳେ ଏବେ ଉତ୍ତର ପ୍ରଦେଶ ଆଜମଗଡ଼ରେ ସେହି ଘଟଣାର ପୁନରାବୃତ୍ତି ହୋଇଛି । ପୂର୍ବତନ ପ୍ରେମିକାକୁ ହତ୍ୟା କରିବା ପରେ ୬ ଖଣ୍ଡ କରି କାଟି କୂଅରେ ଫିଙ୍ଗି ଦେଇଛି ନୃଶଂସ ପ୍ରେମିକ । ପୋଲିସ କହିବା ଅନୁଯାୟୀ, ନଭେମ୍ବର ୧୫ ତାରିଖରେ ଗୋଟିଏ କୂଅରୁ ଖଣ୍ଡ ବିଖଣ୍ଡିତ ମର ଶରୀର ମିଳିଥିଲା । ତେବେ ମୃତ ଯୁବତୀ ଜଣକ ହେଲେ ଆରଧାନା ଏବଂ ତାଙ୍କ ପ୍ରେମିକର ନାଁ ହେଉଛି ପ୍ରିନ୍ସ ଯାଦବ । ଆଜମଗଡ଼ ଜିଲ୍ଲାର ଇଶାକପୁର ଗାଁରେ ରୁହନ୍ତି ଆରାଧନା । ପ୍ରିନ୍ସ ଏବଂ ଆରାଧନା ପରସ୍ପରକୁ ପ୍ରେମ କରୁଥିଲେ । ହେଲେ ଆରାଧନା ଅନ୍ୟତ୍ର ବିବାହ କରିଥିଲେ । କିନ୍ତୁ ଆରାଧନା ସହ ରିଲେସନରେ ରହିଥିଲେ ପ୍ରିନ୍ସ  । ଆରଧାନାଙ୍କ ବିବାହ କଥାକୁ ନେଇ ପ୍ରିନ୍ସ ଆରାଧନା ଉପରେ ବହୁତ ରାଗିଯାଇଥିଲେ  । ତେଣୁ ସେ ଏକ ସ୍ବତନ୍ତ୍ର ପ୍ଲାନ କରି ଆରଧନାକୁ ଦେଖା କରିବାକୁ ଡାକିଥିଲା। ପରେ ତାଙ୍କୁ ବାଇକ୍‌ରେ ବସାଇ ଏକ ମନ୍ଦିରକୁ ନେଇଥିଲା। ମନ୍ଦିରରେ ପୂର୍ବରୁ ହିଁ ପ୍ରିନ୍ସଙ୍କ ଜଣେ ସମ୍ପର୍କୀୟ ଅପେକ୍ଷା କରି ରହିଥିଲେ। ପରେ ପ୍ରିନ୍ସ ଓ ତାଙ୍କ ସମ୍ପର୍କୀୟ ମିଶି ପ୍ରଥମେ ଆରାଧନାଙ୍କୁ ଗଳା ଚିପି ହତ୍ୟା କରିଥିଲେ। ଏହାପରେ ଆଖୁ ବାଡକୁ ନେଇ ତାଙ୍କ ଶରୀରକୁ ଧାରୁଆ ଅସ୍ତ୍ରରେ ୬ ଖଣ୍ଡ କରି ପଲିଥିନ୍‌ ବ୍ୟାଗ୍‌ରେ ପୂରାଇ କୂଅରେ ଫିଙ୍ଗି ଦେଇଥିଲେ। ପରେ କିଛି ବାଟ ଆଗକୁ ଯାଇ ଆରାଧନାଙ୍କ କଟା ମୁଣ୍ଡକୁ ଏକ ପୋଖରୀରେ ଫିଙ୍ଗିଥିଲେ । ଆଜଗଡ଼ ଏସପିଙ୍କ କହିବା ମୁତାବକ, ଏହି ଘଟଣା ସାମ୍ନାକୁ ଆସିବା ପରେ ଗାଁର ଏକ କୂଅରୁ ମୃତ ଆରାଧନାଙ୍କ ଖଣ୍ଡବିଖଣ୍ଡିତ ମର ଶରୀରକୁ ଜବତ କରିବା ସହ ଅଭିଯୁକ୍ତ ପ୍ରିନ୍ସ ଯାଦବକୁ ଗିରଫ କରିଛି ପୁଲିସ । ତେବେ ଆରାଧନାଙ୍କ କଟା ମୁଣ୍ଡକୁ ଖୋଜିବା ଘଟଣାସ୍ଥଳକୁ ଯିବା ବେଳେ ଅଭିଯୁକ୍ତ ପ୍ରିନ୍ସ ଅଧାରାସ୍ତାରେ ପୁଲିସ କବଳରୁ ଫେରାର ହେବାକୁ ଚେଷ୍ଟା କରିଥିଲା ପରେ ପୁଲିସ ତା’ଉପରକୁ ଗୁଳିମାଡ କରିଥିଲା। ଏନେଇ ପ୍ରିନ୍ସକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.