ବାବାସାହେବ ମେମୋରିଆଲ ଏସୋସେସନ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଲଡୁଗାଁ ବିର୍ସା ଆମ୍ବେଦକର ଫୁଲେ ସଚେତନ ସଂଗଠନ ଓ ଆମ୍ବେଦକର ମେମୋରିଆଲ ଏସୋସେସନର ସଭାପତି ପ୍ରଧାନି ବାଗଙ୍କ ନେତୃତ୍ୱରେ ଜିଲ୍ଲାପାଲ ପି. ଅନ୍ୱେଷା ରେଡ୍ଡୀଙ୍କୁ ୨୭ଗୋଟି ଦାବି ନେଇ ଏକ ଅଭିଯୋଗ ପତ୍ର ଦେଇଛନ୍ତି । ତେବେ ଜିଲ୍ଲାପାଳ ରେଡ୍ଡୀ ସମସ୍ୟା କୁ ଶୀଘ୍ର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଦାବି ଗୁଡ଼ିକୁ ହେଉଛି, ଲଡୁଗାଁ ଠାରେ ଥାନା, ବିଜ୍ଞାପିତ ଅଞ୍ଚଳ, ଯୁକ୍ତ ଦୁଇ ବିଜ୍ଞାନ, ଯୁକ୍ତ ତିନି ବିଜ୍ଞାନ ଓ ଆର୍ଟ୍ସ୍ ଡିଗ୍ରୀ କଲେଜ, ନିକଟରେ ଥିବା କମଳ ନଦି ଓ ମୁଟୁରା ନଦି ଭିତରେ ଚେକ୍ ଡେମର ବ୍ୟବସ୍ଥା, ଲଡୁଗାଁ ଗ୍ରାମରେ ଥିବା ବହୁତ ଗୁଡ଼ିଏ ରାଇସ୍ ମିଲ ଗୁଡ଼ିକ ପ୍ରଦୂଷଣ ବଢ଼ାଉ ଥିବାରୁ ତାର ବିରୁଦ୍ଧରେ ପଦକ୍ଷେପ, ଲଡୁଗାଁ ପଶୁ ଚିକିତ୍ସା କେନ୍ଦ୍ର ର ସ୍ଥାୟୀ ବିଶେଷଜ୍ଞ ବ୍ୟବସ୍ଥା, ମେଘା ପାଇପ ୱାଟର ର ସୁବିଧା, ବସ ଷ୍ଟାଣ୍ଡ, ବୃଦ୍ଧ ପାର୍କ, ଲଡୁଗାଁ ମିନୀ ଷ୍ଟାଡିୟମ୍ ର ଉନ୍ନତୀ, କେନାଲ ଛକ ଠାରୁ ମୁଟ୍ରା ବେହେଳୀ ରାସ୍ତା ଓ ଲଡୁଗାଁ ମିନି ଷ୍ଟାଡିୟମ ଠାରୁ ମୁଟ୍ରାବେହେଳୀ ରାସ୍ତାର ଉନ୍ନତି କରଣ କାମ ଗୁଡିକ ଅତି ନିମ୍ନମାନର ହୋଇଥିବା ଭଲି ଅନେକ ଦାବି ରହିଛି। ଦାବି ପତ୍ର ପ୍ରଦାନ ସମୟରେ ଆମ୍ବେଦକର ମେମୋରିଆଲ ଏସୋସେସନ୍ ଉପସଭାପତି ମନୋଜ କୁମାର ନାଗ, ଲଡୁଗାଁ ଡମ ସମାଜ (କ) ସଭାପତି ଭୁବନେଶ୍ୱର ଦୁର୍ଗା ପ୍ରମୂଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.