ଆନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଂଟରେ ଭାଗ ନେବା ପାଇଁ ମାଲେସିଆ ଗସ୍ତରେ ଓଡିଶା ଜୁନିୟର ଟିମ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡିଶାର ଜୁନିୟର ଟିମ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ଭାଗ ନେବା ପାଇଁ ମାଲେସିଆ ଗସ୍ତରେ ଯାଇଛନ୍ତି । ନ୍ୟାଶନାଲ ହକି ଡେଭଲନମେଂଟ ପ୍ରୋଗ୍ରାମ ମାଧ୍ୟମରେ ୧୪ ଓ ୧୭ ବର୍ଷରୁ କମ୍ ପୁରୁଷ ଓ ମହିଳା ଟିମ କୁଆଲାଲୁମ୍ପୁର ଯିବେ । ନଭେମ୍ବର ୨୬ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ପ୍ରଥମ ଥର ପାଇଁ କୌଣସି ଏକ ରାଜ୍ୟସ୍ତରୀୟ ଟିମ ଏହି ଇଭେଂଟରେ ଅଂଶଗ୍ରହଣ କରିବାକୁ ଯାଉଛି । ଲିଗ କମ ନକଆଉଟ ଫର୍ମାଟରେ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଜାପାନ, ସିଙ୍ଗାପୁର ଓ ମାଲେସିଆ ଟିମ ଏଥିରେ ଅଂଶଗ୍ରହଣ କରିବେ । ଓଡିଶା ଟିମ ସ୍ପୋର୍ଟ୍ସ ହଷ୍ଟେଲ, ରାଉରକେଲା ଓ ଓଡିଶା ନାଭାଲ ଟାଟା ହକି ଏଚପିସିରୁ ଚୟନ କରାଯାଇଛି । ଓଏଚପିସିର ଚେୟାରମ୍ୟାନ ଦିଲୀପ ତିର୍କୀ ଏଥି ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ।ଆନ୍ତର୍ଜାତୀୟସ୍ତରର ମୁକାବିଲାରେ ଅଂଶଗ୍ରହଣ କଲେ ରାଜ୍ୟର ଏହି ଯୁବ ଖେଳାଳିମାନଙ୍କ ପ୍ରଦର୍ଶନସ୍ତର ବୃଦ୍ଧି ପାଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ହକିର ବିକାଶ ପାଇଁ ଓଡିଶା ସରକାରଙ୍କ ସମସ୍ତ ଉଦ୍ୟମକୁ ସେ ଏହି ଅବସରରେ ପ୍ରଶଂସା କରିଥିଲେ । ଆଗକୁ ହେବାକୁ ଥିବା ଜାତୀୟ ହକି ଚାମ୍ପିୟନଶିପ ପାଇଁ ଏହା ଏକ ଭଲ ପ୍ରସ୍ତୁତି ଶିବିର ହେବ ବୋଲି ସେ କହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.