ଝରିଆଗୁଡା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଡଙ୍ଗରୀଗୁଡାକୁ ହରାଇ ଟେମେରା ଚମ୍ପିଅନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଝରିଆଗୁଡା ରାଧାମାଧବ ଖେଳ ପଡିଆ ଠାରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ସ୍ୱାମୀ ବିବେକାନନ୍ଦ ୟୁଥ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଟେମରା ଓ ଡଙ୍ଗରୀଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଟ୍ରାଇବେକରରେ ଡଙ୍ଗରୀଗୁଡାକୁ ହରାଇ ଟେମରା ଦଳ ବିଜେତା ହେଇଛି। ଖେଳକୁ ପିଇଟି ତାପସ ଦାସ, ଯଶୋବନ୍ତ ଶବର, ସଂଜୀବ ଦୁର୍ଗା ପରିଚାଳନା କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି କୋକସରା ସରପଞ୍ଚ କିଶୋର ପ୍ରଧାନୀ, ଅରବିନ୍ଦ ପଟ୍ଟନାୟକ, ମୁକ୍ତେଶ୍ଵର ନାଏକ, ଜୟଲାଲ ନାଏକ, ସଞ୍ଜୟ ସିଙ୍ଗଲ, ରାଜ କିଶୋର ସାହୁ, ରାଜୁ ରାଉତ, କେଶରୀ ବଛା, ସୁରେଶ ପାଣିଗ୍ରାହୀ, ଲକ୍ଷ୍ମୀଧର ହଂସ ପ୍ରମୂଖ ଯୋଗ ଦେଇଥିଲେ। ଟୁର୍ଣ୍ଣାମେଣ୍ଟର ବିଜେତା ଓ ଉପ ବିଜେତା ଦଳକୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଦୀପ କୁମାର ପଟେଲ, ନୀତିଶ ପାଣିଗ୍ରାହୀ, ବାବୁ ସାହୁ ଓ ବାବୁଲାଲ ଶବର ଖେଳର ଧାରାବିବରଣି ପ୍ରଦାନ କରିଥିବାବେଳେ ଆୟୋଜକ କମିଟିର ସମ୍ପାଦକ କୁରୁକ୍ଷେତ୍ର ନାଏକ, କୋଷାଧକ୍ଷ ହେମନ୍ତ ବଛା, କୁରୁକ୍ଷେତ୍ର ପାଣିଗ୍ରାହୀ, ପ୍ରମୋଦ ନାଏକ, ଜୟନ୍ତ ପରାଭୋଇ, ଟୁକୁ ନାଏକ, ଅଜିତ ନାଏକ, ରାଜା ପଟ୍ଟନାୟକ, ସୁନୀଲ ନାଏକ ସମେତ ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.