ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋନ୍-୨ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ସାପଲହରା ଗ୍ରାମପଞ୍ଚାୟତର ବାଞ୍ଜିପଦର ପ୍ରାଥମିକ ବିଦ୍ୟାଳୟ ଳକୁ ପରିଦର୍ଶନରେ ଯାଇ ସ୍କୁଲ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନଙ୍କ ସହିତ ପ୍ରାୟ ଏକ ଘଣ୍ଟା ସମୟ ଅତିବାହିତ କରି ବିଭିନ୍ନ ସମସ୍ୟା ଉପରେ ନଜର ପକାଇ ଆଗାମୀ ଦିନରେ ପ୍ରତ୍ୟକ ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବାସହ ସ୍କୁଲ ପରିସରକୁ ସଫା ରଖିବାକୁ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ସୋଲାର ପାଣି ପ୍ରକଳ୍ପ କାମ ଦେଉନି ଜାଣି ଶିଘ୍ର ମରାମତି ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ଫୋନ୍ ମାଧ୍ୟମରେ ଜଣାଇ ଶିଘ୍ର ଚାଲୁ କରିବା ଓ ସ୍କୁଲ କୋଠାର ଆବଶ୍ୟକଥିବା ଜାଣି ଆଗାମୀ ଦିନରେ କିପରି ନୂତନ କୋଠା ନିର୍ମାଣ କରାଯିବ ପଞ୍ଚାୟତର ନିର୍ବାହି ଅଧିକାରୀଙ୍କୁ ଜଣାଇଥିଲେ। ଏପରି ଅଚାନକ ପରିଦର୍ଶନ କରିବା ନିଜ ଜୋନର ପ୍ରତି ପଞ୍ଚାୟତର ଲୋକ ମାନଙ୍କର ସଦାସର୍ବଦା ଦୁଃଖ ସୁଃଖରେ ଜଡିତ ରହୁଥିବା ଶ୍ରୀ ଚୌଧୁରୀଙ୍କୁ ଅଞ୍ଚଳରେ ପ୍ରଶଂସା ପାତ୍ର ହୋଇଛନ୍ତି।