ଶ୍ରଦ୍ଧାଙ୍କୁ ହତ୍ୟା ପରେ ମହିଳା ଡାକ୍ତରଙ୍କୁ ରୁମକୁ ଆଣିଥିଲା ଅଫତାବ !

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଫତାବର ଗୁମର ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି । ପଲିଗ୍ରାଫ ଟେଷ୍ଟ ପରେ ଦିଲ୍ଲୀ ପୋଲିସ ଜାଣିବାକୁ ପାଇଛି ଯେ ଶ୍ରଦ୍ଧାକୁ ହତ୍ୟା କରି ଫ୍ରିଜରେ ରଖିବା ପରେ ଅଫତାବ ଡେଟିଙ୍ଗ ଆପ ବମ୍ବଲରୁ ଯେଉଁ ଝିଅମାନଙ୍କୁ ରୁମକୁ ଡାକିଥିଲା ସେଥିରେ ଜଣେ ମହିଳା ଡାକ୍ତର ଥିଲେ। ଡେଟିଙ୍ଗ ଆପ ଦ୍ବାରା ଏହି ମହିଳା ଡାକ୍ତରଙ୍କୁ ନିଜ ଜାଲରେ ଫସାଇ ଦେଇଥିଲା ଅଫତାବ । ଏହି ମହିଳା ଡାକ୍ତରଙ୍କୁ ମଧ୍ୟ ଚିହ୍ନଟ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ତାଙ୍କର ସୁରକ୍ଷା ଦୃଷ୍ଟିରୁ ପରିଚୟ ପ୍ରକାଶ କରିନାହିଁ ଦିଲ୍ଲୀ ପୋଲିସ ।

Omkar Vasthu
Omkar Vasthu

ପଲିଗ୍ରାଫ ଟେଷ୍ଟରେ ଅଫତାବ ଅନେକ କଥା କହିଥିବା ବେଳେ ପୁଣି ଗୋଟିଏ ଦିନ ପରେ ତାର ନାର୍କୋ ଟେଷ୍ଟ କରାଯିବ ।  ଗୁରୁବାର ଦିନ ଦିଲ୍ଲୀର ରୋହିନୀ ଫରେନସିକ୍ ସାଇନ୍ସ ଲାବ୍ରୋଟେରୀରେ ଅଫତାବର ପଲିଗ୍ରାଫ ଟେଷ୍ଟ ହୋଇଥିଲା । ତେବେ କିଛି ରିପୋର୍ଟ ବେଳେ ସମସ୍ୟା ଥିବାରୁ ଆଜି ପୁଣି ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ଟେଷ୍ଟରେ ଯେଉଁ ସବୁ ପ୍ରଶ୍ନ ପଚରାଯାଇଥିଲା ତାହାର ଉତ୍ତର ଦେଇଥିଲା ଅଫତାବ । ଏଥିରେ ଅନେକ ଡେଟିଂ ଆପକୁ ନେଇ ପ୍ରଶ୍ନ ପଚାରା ଯାଇଥିବା ବେଳେ ସେ ମହିଳା ଡାକ୍ତରଙ୍କ କଥା କହିଥିଲା । ସବୁଠୁ ବଡ଼ କଥା ହେଉଛି ଅଫତାବ ଜାଣିଥିଲା ସେ କେବେ ନା କେବେ ପୋଲିସ ଦ୍ବାରା ଗିରଫ ହେବ । ସେଥିପାଇଁ ଯେପରି କିଛି ପ୍ରମାଣ ପୋଲିସ ପାଇବ ନାହିଁ ତାର ଯୋଜନା କରି ପ୍ରମାଣ ନଷ୍ଟ କରିବା ପାଇଁ ଜାଣିଶୁଣି ଶବକୁ ଫୋପାଡିବାକୁ ଗଲା ବେଳେ ଫୋନ ରୁମରେ ଛାଡି ଯାଉଥିଲା । ଆଉ ଏସବୁ ସେ ଫିଲ୍ମରୁ ଶିଖିଥିଲା ।

Pearl dental clinic
Near Ashish Medical Store, Bhawanipatna

ମେ 18 ରାତିରେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା ଅଫତାବ । ବାଥରୁମରେ ଶରୀରକୁ ହାଣି ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲା । କେହି ନଜାଣିବା ପାଇଁ ସେ ସେ ଭୋର 4ଟାରେ ଛୋଟ ସୁଟକେସରେ ଶରୀରର କଟା ଅଂଶକୁ ନେଇ ଫୋପାଡୁଥିଲା । ଅକ୍ଟୋବର ମାସ ପର୍ଯ୍ୟନ୍ତ ସେ ଫ୍ରିଜରେ ରଖିଥିବା ଦିଲ୍ଲୀ ପୋଲିସ ସୂତ୍ରରୁ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।  ତାର ଲୋକେସନ ନଧରିବା ପାଇଁ  ସେ ରୁମରେ ଫୋନ ଛାଡି ଯାଉଥିଲା । ଏଭଳି ଏକ ସିସିଟିଭିରେ ସେ ଭୋର 4ଟାରେ ସୁଟକେସ ଧରି ଘରୁ ବାହାରି ଯାଉଥିବାର ଭିଡିଓ ରେକର୍ଡ ରହିଛି । ଯାହା କି ଗଣମାଧ୍ୟମରେ ପୂର୍ବରୁ ପ୍ରସାରିତ ହୋଇସାରିଛି ।

Udyog Nursery
Udyogi Nursery

ନଭେମ୍ବର 12ରେ ଦିଲ୍ଲୀ ପୋଲିସ ଅଫତାବକୁ ଗିରଫ କରିଥିଲେ ମଧ୍ୟ ପ୍ରମାଣ ପାଇଁ ଆଜି ପର୍ଯ୍ୟନ୍ତ ଦିଲ୍ଲୀରୁ ମୁମ୍ବାଇ, ଗୁରୁଗ୍ରାମ ଘୁରିବୁଲୁଛି । ହତ୍ୟାରେ ବ୍ୟବହୃତ ଛୁରୀ ମିଳିଥିବା ବେଳେ ଆରି ଏପର୍ଯ୍ୟନ୍ତ ମିଳିନାହିଁ । ଜଙ୍ଗଲରୁ ହାଡ ଜବତ ପୋଲିସ କରିଛି ତେବେ ଏହା ଶ୍ରଦ୍ଧାଙ୍କ ଶରୀରର ହାଡ ବୋଲି ପ୍ରମାଣ ମିଳିନାହିଁ । ଏସବୁ ଭିତରେ ବିଚାରପତିଙ୍କ ଆଗରେ ବୟାନ ବଦଳାଇ ଚାଲିଛି ଅଫତାବ ନିଜକୁ ମାନସିକ ରୋଗୀ ଭଳି ବ୍ୟବହାର କରୁଛି । କେବେ ହତ୍ୟା କରିଛି ବୋଲି ମାନୁଛି ତ କେବେ ମାନୁନାହିଁ । ଦିଲ୍ଲୀ ପୋଲିସ ପାଇଁ ପ୍ରମାଣ ବାହାର କରିବା ଚ୍ୟାଲେଂଜ ହୋଇଛି ।

ଗତକାଲି ପଲିଗ୍ରାଫ ଟେଷ୍ଟ ବେଳେ ମଧ୍ୟ ନିଜକୁ ଜ୍ବର ଆସିଥିବା କହି ବାରମ୍ବାର ଛିଙ୍କିଥିଲା ଅଫତାବ । ଯାହା ଦ୍ବାରା ରେକର୍ଡି କରିବାରେ ଅସୁବିଧା ହୋଇଥିଲା ।  ଅଫତାବକୁ କିଛି ପ୍ରଶ୍ନ ହିନ୍ଦୀରେ ପଚରାଯାଇଥିବା ବେଳେ ସେ ଅଧା ହିନ୍ଦୀ ଏବଂ ଇଂରାଜୀରେ ଉତ୍ତର ଦେଇଥିଲା ।   ସେ କିପରି ଶ୍ରଦ୍ଧାଙ୍କୁ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲା ତାହାକୁ ନେଇ କେଉଁ କେଉଁ ସ୍ଥାନରେ ଫୋପାଡିଥିଲା । ଛୁରୀ କେଉଁଠି ରଖିଥିଲା ସବୁ ପ୍ରଶ୍ନର ଉତ୍ତର ପଲିଗ୍ରାଫ ଟେଷ୍ଟ ବେଳେ ଦେଇଛି ଅଫତାବ । ପଲିଗ୍ରାଫର ଟେଷ୍ଟ ଏବଂ ନାର୍କୋ ଟେଷ୍ଟର ଉତ୍ତର ମେଳ ଖାଉଛି କି ନାହିଁ ତାହା ମଧ୍ୟ ପୋଲିସ ପାଇଁ ଚ୍ୟାଲେଂଜ ରହିଛି ।  ଏସବୁ ନେଇ ଦିଲ୍ଲୀ ପୋଲିସ କିଭଳି ତଦନ୍ତ ରିପୋର୍ଟ ତୟାର କରୁଛି ଏବଂ କୋର୍ଟ ଏହି ପ୍ରମାଣକୁ କେତେଦୂର ଗ୍ରହଣ କରୁଛନ୍ତି ତାହା କୁ ଅପେକ୍ଷା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.