ବିଶ୍ୱକପ ଫୁଟବଲ: ବେଲଜିୟମକୁ ହରାଇଲା ମରକ୍କୋ

ଓଡ଼ିଆ ବାର୍ତ୍ତା/ ଦୋହା: ଚଳିତ ଫିଫା ବିଶ୍ୱକପରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଘଟିବାରେ ଲାଗିଛି । ରବିବାର ଗ୍ରୁପ ଏଫର ଏକ ମୁକାବିଲାରେ ମରକ୍କୋ ଅପେକ୍ଷାକୃତ ଶକ୍ତିଶାଳୀ ବିଶ୍ୱର ୨ ନମ୍ବର ଟିମ ବେଲଜିୟମକୁ ୨-୦ ଗୋଲରେ ପରାସ୍ତ କରିଛି । ବିଶ୍ୱକପରେ ୨୪ ବର୍ଷ ପରେ ମରକ୍କୋ ବିଜୟ ହାସଲ କରିଛି । ୧୯୯୮ରେ ମରକ୍କୋ ୩-୦ ଗୋଲରେ ସ୍କଟଲାଣ୍ଡକୁ ପରାସ୍ତ କରିଥିଲା । ଏହା ପୂର୍ବରୁ ୧୯୮୬ରେ ପର୍ତୁଗାଲକୁ ୩-୧ରେ ହରାଇ ପ୍ରଥମ ବିଜୟ ହାସଲ କରିଥିଲା । ମରକ୍କୋ ପକ୍ଷରୁ ଆବଦେଲ୍ଲାହ ସାବିରି ଓ ଜାକାରିଆ ଆବୋଖାଲାଲ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ବେଲଜିୟମ ଗୋଲ ଶୁଝାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ । ବିଜୟ ସହ ମରକ୍କୋ ଏଫ ଗ୍ରୁପରେ ବେଲଜିୟମକୁ ହଟେଇ ଶୀର୍ଷ ସ୍ଥାନରେ ରହିଛି । ମରକ୍କୋ ଷଷ୍ଠ ଥର ପାଇଁ ବିଶ୍ୱକପ ଖେଳୁଛି । ଚଳିତ ସଂସ୍କରଣରେ ସାଉଦି ଆରବ ପୂର୍ବତନ ଚାମ୍ପିୟନ ଆର୍ଜେଂଟିନାକୁ ଏବଂ ଜାପାନ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.