ବୀର ବଜରଙ୍ଗବଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: କାଲସାଏ ପାଲି ଫୁଟବଲ ଟିମ ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର: ବୀର ବଜରଙ୍ଗବଲି ଏସୋସିଏସନ କୁଦେଇଇପାଲି ପକ୍ଷରୁ ଆୟୋଜିତ ଚତୁର୍ଥ ବର୍ଷ ବୀର ବଜରଙ୍ଗବଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଖୁଜେନପାଲି ପଡିଆରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚମ ଦିନର ଖେଳରେ କର୍ଲାମୁହାଣକୁ କାଲସାଏ ପାଲି ୨-୦ ଗୋଲରେ ଫାଇନାଲରେ ପ୍ରବେଶ କରିଥିଲା। ଦ୍ୱିତୀୟ ମ୍ୟାଚ କୁରୁଲକୁ ଅମାମୁଣ୍ଡା ୧-୦ ଗୋଲ୍ ରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲା। ଫାଇନାଲରେ ଅମାମୁଣ୍ଡାକୁ କାଲସାଏ ପାଲି ଟ୍ରାଇବ୍ରେକରରେ ହରାଇ ବିଜୟୀ ହୋଇଛି। ଉଦଜାପନୀ ଉତ୍ସବରେ ଅମନ ନାଗ, ସଂଗ୍ରାମ ବହିଦାର, ସତ୍ୟବାନ ସାହୁ, ଭୁପେନ୍ଦ୍ର ସିଂ ଅତିଥି ଭାବରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସଞ୍ଜିବ ମହାରଣା, ପ୍ରଫୁଲ୍ଲ ବଗର୍ତି, ସଜନ କୁଦେଇ, ଶ୍ରବନ ବାଗ ଖେଳକୁ ରେଫରି ଭାବରେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ। ଗଙ୍ଗାଜଳ କୁଦେଇ, ଭାଗିରଥି କୁଦେଇ, ଦୈଲତ କୁଦେଇ, ନିଲୁ କୁଦେଇ, ମଣ୍ଟୁ ବଗର୍ତ୍ତି, ପ୍ରଦିପ କୁଦେଇଙ୍କ ତତ୍ୱାବଧାନରେ ଖେଳଟି ଅନୁଷ୍ଠିତ ହୋଇଥିଲା। ବୀର ବଜରଙ୍ଗ ବଳି କ୍ଳବ୍ ଓ କୁଦେଇପାଲି ଗ୍ରାମବାସୀ ବୃନ୍ଦ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.