ସ୍ବାଧୀନତା ପାଇଁ ବିଜେପିର ଅବଦାନ କ’ଣ? -ଖଡଗେ

ଓଡ଼ିଆ ବାର୍ତ୍ତା/ ଅହମଦାବାଦ: ଆତଙ୍କବାଦକୁ ନେଇ କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିବାର ଦିନକ ପରେ କଂଗ୍ରସ ସଭାପତି ମଲ୍ଲିକାର୍ଜୁନ ଖଡଗେ ସୋମବାର କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଲଢ଼େଇରେ ତାଙ୍କ ଦଳ ଦୁଇ ପ୍ରଧାନମନ୍ତ୍ରୀଙ୍କୁ ବଳିଦାନ ଦେଇଛି। ଭାରତୀୟ ଜନତା ପାର୍ଟିର କୌଣସି ନେତା ଦେଶର ସ୍ୱାଧୀନତା ପାଇଁ ଲଢ଼ିଥିଲେ କି ବୋଲି ଖଡଗେ ପ୍ରଶ୍ନ କରିଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବା ପାଇଁ ଆମେ କାମ କରିଛୁ। ଦେଶରେ ଶାନ୍ତି ବଜାୟ ରଖିବା ପାଇଁ ଆମେ ଆମ ନେତାଙ୍କୁ ବଳି ଦେଇଛୁ। ଦେଶକୁ ଏକଜୁଟ ରଖିବା ପାଇଁ ଇନ୍ଦିରା ଗାନ୍ଧୀ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ଦେଶର ଏକତା ପାଇଁ ରାଜୀବ ଗାନ୍ଧୀ ଶହୀଦ ହୋଇଥିଲେ। ବିଜେପିରେ କ’ଣ ଏମିତି ଜଣେ ନେତା ଅଛନ୍ତି ଯିଏ ଅନ୍ତତଃ ଦେଶର ସ୍ୱାଧୀନତା ପାଇଁ ଲଢ଼ିଥିଲେ ବୋଲି ଖଡ଼ଗେ ପ୍ରଶ୍ନ କରିଛନ୍ତି।ଗୁଜରାଟର ସୁରଟରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କଂଗ୍ରେସ ଭୋଟ ବ୍ୟାଙ୍କର ଚଷମାରୁ ଆତଙ୍କବାଦକୁ ଦେଖୁଛି। ସେ ଆହୁରି ମଧ୍ୟ କହିଛନ୍ତି, “ଆତଙ୍କବାଦ ଏଯାଏଏଁ ସରିନାହିଁ ଏବଂ କଂଗ୍ରେସର ରାଜନୀତି ମଧ୍ୟ ବଦଳିନାହିଁ। ସେହିପରି ଗୁଜରାଟରେ ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ଉପରେ ଖଡଗେ କହିଛନ୍ତି ଯେ ଏହା ସମାଜକୁ ବିଭାଜିତ କରିବା ଏବଂ ଭୋଟ୍ ପାଇଁ ବିବାଦ ସୃଷ୍ଟି କରିବାର ପ୍ରୟାସ। ବିଜେପି କଂଗ୍ରେସ ଓ ଅନ୍ୟ ନେତାଙ୍କୁ କଥା କହିବା ଓ ରାଗିବା ପାଇଁ ଉସୁକାଉଛନ୍ତି। ସେମାନଙ୍କ ଉଦ୍ଦେଶ୍ୟ ଆମକୁ ଉତ୍ତେଜିତ କରିବା ଏବଂ ସମାଜକୁ ବିଭାଜିତ କରିବା, କିନ୍ତୁ ଆମେ ସେମାନଙ୍କ ଜାଲରେ ପଡ଼ିବା ନାହିଁ ବୋଲି ଖଡଗେ କହିଛନ୍ତି। ତାଙ୍କ ନାମରେ ଭୋଟ୍ ମାଗିବା ଏବଂ ଗୁଜୁରାଟର ପ୍ରଗତିରେ କେବଳ ସେ ଯୋଗଦାନ କରିଥିବା ଦାବି କରି ମୋଦୀଙ୍କୁ ସମାଲୋଚନା କରି ଖଡଗେ କହିଛନ୍ତି ଯେ ତାଙ୍କ ପୂର୍ବରୁ ଯେପରି କେହି ନେତା ନଥିଲେ। ଗତ ୭୦ ବର୍ଷ ମଧ୍ୟରେ କଂଗ୍ରେସ ଯେପରି କିଛି କରିନାହିଁ। ଖଡଗେ କହିଛନ୍ତି, ୭୦ ବର୍ଷରେ ଯଦି କୌଣସି ଦଳ ଦେଶକୁ ଗଢ଼ିଛି, ତେବେ ତାହା କଂଗ୍ରେସ ଦଳ। ସେ କହିଛନ୍ତି, ମୋଦିଙ୍କ ପରି ସେ କେନ୍ଦ୍ରରେ ମନ୍ତ୍ରୀ ଥିବା ବେଳେ ମଞ୍ଜୁର ହୋଇଥିବା ଅନେକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶ୍ରେୟ ନେଉ ନାହାନ୍ତି। ବିଜେପିର ‘ଗୁଜରାଟ ମଡେଲ୍’ ବିକାଶକୁ ଆକ୍ରମଣ କରି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ୨୮ ହଜାର ଶିକ୍ଷକଙ୍କ ସମେତ ସରକାରୀ ବିଭାଗରେ ପାଞ୍ଚ ଲକ୍ଷ ପଦବୀ ଖାଲି ପଡ଼ିଛି। ରାଜ୍ୟର ଋଣଭାର ଦିନକୁ ଦିନ ବଢ଼ିବାରେ ଲାଗିଛି। କଂଗ୍ରେସ କ୍ଷମତାରୁ ଯିବାବେଳେ ୧୦ ହଜାର କୋଟି ଟଙ୍କାର ଋଣ ଭାର ଥିଲା। ଯାହା ଏବେ ଏହା ୩.୪୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଖଡଗେ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.