ବିଜେପି କେବଳ ଚିତ୍କାର କରି ଦେଶ ଚଳାଉଛି -ରାହୁଲ ଗାନ୍ଧୀ

ଓଡ଼ିଆ ବାର୍ତ୍ତା/ ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋର ସହରରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ସମୟରେ ମିଡିଆର ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ବିଜେପିକୁ ବାଣ ମାରିଛନ୍ତି। ରାହୁଲ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଇନ୍ଦୋରରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସର୍ବପ୍ରଥମେ, ୨୦୧୮ରେ ମଧ୍ୟପ୍ରଦେଶରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି ଯେ ଏଠାରେ ୫୮ ଟି ସିଟ୍ ବୃଦ୍ଧି ପାଇଛି ଏବଂ ଭୋଟ୍ ହାର ମଧ୍ୟ ବୃଦ୍ଧି ପାଇଛି। ଏଥି ସହିତ, ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ଭାରତ ଯୋଡୋ ଯାତ୍ରାରୁ ସେ କ’ଣ ଭାବନ୍ତି? ଏହାର ଜବାବରେ ରାହୁଲ ଗାନ୍ଧୀ ଉତ୍ତର ଦେଇ କହିଛନ୍ତି ଯେ ସେ ସଂଖ୍ୟାରେ ବିଶ୍ୱାସ କରନ୍ତି ନାହିଁ। ଏଥି ସହିତ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରକୁ ଭାଙ୍ଗିଥିବା କଂଗ୍ରେସ ବିଧାୟକ ଯଦି ଦଳକୁ ଫେରିବାକୁ ଇଚ୍ଛା ପ୍ରକାଶ କରନ୍ତି ତାହେଲେ ତାଙ୍କର ମତାମତ କ’ଣ? ରାହୁଲ କହିଛନ୍ତି ଯେ କଂଗ୍ରେସ ସଭାପତି ନହେଲେ ମଧ୍ୟପ୍ରଦେଶ କଂଗ୍ରେସ ଏ ବାବଦରେ ଉଚିତ ଜବାବ ଦେବେ । ତେବେ ଯେଉଁମାନେ ଟଙ୍କାରେ ବିକ୍ରି ହୁଅନ୍ତି ତାଙ୍କୁ ବିଶ୍ୱାସ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ବିଜେପି ଏବଂ ଆରଏସଏସକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ସେମାନେ ଦେଶର ସ୍ୱର ଶୁଣୁ ନାହାନ୍ତି। ସେ କେବଳ ନିଜେ ଚିତ୍କାର କରି ଦେଶ ଚଳାଉଛନ୍ତି। ଏହି ଭାରତ ଯୋଡୋ ଯାତ୍ରା ପରେ ରାହୁଲ ଗାନ୍ଧୀଙ୍କ ଜୀବନରେ କୌଣସି ପରିବର୍ତ୍ତନ ହେବ କି? ଏହା ଉପରେ ସେ କହିଥିଲେ ଯେ ମୁଁ ‘ରାହୁଲ ଗାନ୍ଧୀ’ କୁ ବହୁତ ପଛକୁ ଛାଡି ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.