‘ଦ କଶ୍ମୀର ଫାଇଲ’ ବିବାଦୀୟ ମନ୍ତବ୍ୟକୁ ନେଇ କ୍ଷମା ମାଗିଲେ ଇଜ୍ରାଏଲ ଆମ୍ବାସଡର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ‘ଦ କଶ୍ମୀର ଫାଇଲ’କୁ ନେଇ ପୁଣି ଚର୍ଚ୍ଚା । ୫୩ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଯାପନୀ ଉତ୍ସବରେ ଏହି ଫିଲ୍ମ ଉପରେ ଆଇଏଫଆଇଏଫଆଇ ବିଚାରକ ମଣ୍ଡଳୀର ମୁଖ୍ୟ ନଦାଭ ଲପିଡ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହାକୁ ପ୍ରୋପାଗଣ୍ଡା, ଅଶ୍ଳୀଳ ଫିଲ୍ମ ବୋଲି କହିଥିଲେ ନଦାଭ ଲପିଡ । ନଦାଭଙ୍କର ଏହି ବିବାଦୀୟ ମନ୍ତବ୍ୟ ପାଇଁ ଭାରତରେ ଇଜିରାଏଲ ଆମ୍ବାସଡର କ୍ଷମା  ମାଗିଛନ୍ତି । ନଦାଭଙ୍କ ବିବାଦୀୟ ମନ୍ତବ୍ୟର ଦିନକ ପରେ ଆମ୍ବାସଡର ନାଓର ଗାଲୋନ ଟୁଇଟରରେ ଏକ ଖୋଲା ଚିଠିରେ କ୍ଷମା ମାଗିଛନ୍ତି । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଇଣ୍ଡିଆନ୍ ପାନୋରମା ସେକ୍ସନ ପାଇଁ କଶ୍ମୀର ଫାଇଲ୍ସକୁ ଚୟନ କରାଯାଇଥିଲା । ସୋମବାର ଉଦଯାପନୀ ଉତ୍ସବରେ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦ କଶ୍ମୀର ଫାଇଲ୍ସ ଫିଲ୍ମକୁ ‘ପ୍ରୋପୋଗଣ୍ଡା, ଅଶ୍ଳୀଳ ସିନେମା’ ବୋଲି ସେ କହିଥିଲେ। ସେତିକି ନୁହେଁ, ଏହି ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେଉଥିବା ଦେଖି ବିଚାରକ ମଣ୍ଡଳୀ ‘ବିବ୍ରତ ଓ ମର୍ମାହତ’ ହୋଇଥିଲେ ବୋଲି ମଧ୍ୟ ସେ କହିଥିଲେ । ତେବେ ଏଠି ପ୍ରଶ୍ନ ଉଠେ କିଏ ଏହି ନଦାଭ ଲପିଡ । କଶ୍ମୀର ପ୍ରସଙ୍ଗରେ ସେ କ’ଣ ଜାଣିଛନ୍ତି ? ନଦାଭ ଇସ୍ରାଏଲର ଜଣେ ଫିଲ୍ମ ନିର୍ମାତା। ୨୦୧୧ରେ ସେ ପୁଲିସମେନ, ୨୦୧୪ରେ ଦ କିଣ୍ଡରଗାର୍ଟେନ ଟିଚର ଏବଂ ୨୦୧୯ରେ ସିନୋନିମ୍ସ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଏବଂ ଏହାକୁ ଲେଖିଥିଲେ ମଧ୍ୟ । ୧୯୭୫ରେ ଇଜିରାଏଲର ତେଲ-ଅଭିଭରେ ଜନ୍ମିତ ନଦାଭ ଅନେକ ଡକ୍ୟୁମେଣ୍ଟାରୀ କରିଛନ୍ତି । ଏବେ ସେ ଆଇଏଫଏଫଆଇ ର ଚେୟାରମ୍ୟାନ ଅଛନ୍ତି ।‌‌ ସେତିକି ନୁହେଁ, ୨୦୧୫ରେ ଲୋକର୍ଣ୍ଣୋ ଫିଲ୍ମ ଫେଷ୍ଟିଭାଲରେ ଗୋଲ୍ଡେନ ଲେପର୍ଡ ଜୁରି, ୨୦୧୬ରେ କେନ୍ସ ଫିଲ୍ମ ଫେଷ୍ଟିଭାଲରେ ଇଣ୍ଟରନାଶନାଲ କ୍ରିଟକ୍ସ ୱିକ ଜୁରି, ୨୦୨୧ରେ ବର୍ଲିନ ଇଣ୍ଟରନାଶନାଲ ଫିଲ୍ମ ଫେଷ୍ଟିଭାଲରେ ଅଫିସିଆଲ କମ୍ପିଟେଶନ ଜୁରି ମେମ୍ବର ମଧ୍ୟ ଥିଲେ । ତେବେ ନିଜର ବିବଦୀୟ ମନ୍ତବ୍ୟ ପାଇଁ ବେଶ ଜଣାଶୁଣା ନଦାଭ । ଏହି ଇଜିରାଏଲି ଫିଲ୍ମମେକର ନିଜ ହୋମଲାଣ୍ଡରେ ବି ଲଭ-ହେଟ ରିଲେଶନସିପରେ ଅଛନ୍ତି ।ଭାରତରେ ଦ କଶ୍ମୀର ଫାଇଲକୁ ନେଇ ପ୍ରଥମରୁ ବିବାଦ ଲାଗି ରହିଥିଲା । କଶ୍ମୀର ପଣ୍ଡିତଙ୍କ ନର ସଂହାର ଏବଂ ସଂଘର୍ଷର କାହାଣୀକୁ ନେଇ ନିର୍ମିତ ଫିଲ୍ମର ସପକ୍ଷରେ କେହି କହୁଥିବାବେଳେ କେହି କେହି ଏହାକୁ ବିରୋଧ ବି କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.