ଯୁବରେଡକ୍ରସ ତରଫରୁ ବିଶ୍ବ ଏଡ଼ସ୍ ଦିବସ ପାଳିତ

‘ପ୍ରତ୍ୟେକ କ୍ଷେତ୍ରରେ  ଅସମାନତା ଦୂର ହେଉ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଲଖିରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବେହେରାଠାରେ ବିଶ୍ବ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ଏଡ଼ସ୍ ସଂପର୍କିତ ଶିରୋନାମାରେ ପ୍ରବନ୍ଧ, ଚିତ୍ରାଙ୍କନ, ବକ୍ତୃତା, କୁଇଜ ପ୍ରତିଯୋଗିତା କରି କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ଯୁବରେଡକ୍ରସ ଶାଖା ତରଫରୁ ଆୟୋଜିତ ଏହି ସଭାରେ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ ଅଧ୍ୟକ୍ଷତା କରିଥିଲେ। ଅଧ୍ୟାପକ ରଂଜନ କୁମାର ପଣ୍ଡା ରିସୋର୍ସ ପରସନ ଭାବରେ ଯୋଗଦେଇ କହିଥିଲେ ସଂଯମ ଓ ସଚେତନତା ହିଁ ଏଡ଼ସ୍ ରୁ ରକ୍ଷା। ବିଶେଷକରି ଯୁବପିଢ଼ି ଏଡ଼ସ୍ ବିଷୟରେ ଜାଣି ସଚେତନ ହେଲେ ଏଡ଼ସ୍ ଆକ୍ରାନ୍ତଙ୍କ ସଂଖ୍ୟା କମିବ। ଅସମାନତା ହିଁ ଏଡ଼ସ୍ ବ୍ୟାପିବାର ଅନ୍ୟତମ କାରଣ ହୋଇଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମାନତା ଆଣିବା ନିତାନ୍ତ ଆବଶ୍ୟକ ରହିଛି। ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ, ନିକୁଞ୍ଜ ବିହାରୀ ସାହୁ, ସୁରେନ୍ଦ୍ର ସାହୁ, ଫକୀର ନାରାୟଣ ଚଣ୍ଡି ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ। ଯୁବରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଷି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅଶୋକ କୁମାର ଚଣ୍ଡି, ସାନୁର୍ଯ୍ୟ ଗୋପାଳ ଓ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.