ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ବିଶ୍ବ ଏଡସ ଦିବସ ପାଳିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର ଲେଖାପାଳ ଦୁତିଆ ବନଛୋର ଓ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେରଙ୍କ ତତ୍ୱବଧାନରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ କୁଶୁର୍ଲା ଉପସ୍ୱାସ୍ଥ୍ୟକେନ୍ଦ୍ର ପ୍ରାଙ୍ଗଣରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଫର୍ମାସିଷ୍ଟ ଧନେଶ୍ୱର ସାହୁ, ପ୍ରାକୃତିକ ଚିକିତ୍ସକ ଲିବାଙ୍ଗ ବନଛୋର, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କୁଶୁର୍ଲାର ପ୍ରଧାନ ଆଚାର୍ଯ୍ୟ ଚୂଡ଼ାମଣୀ ସାହୁ, ବିଷ୍ମଦେବା ବନଛୋର, ଭୀଷ୍ମ ଜନୀ ଉପସ୍ଥିତ ଥିଲେ। ଏହି ଅବସରରେ ହରାଗୌରୀ ଯୁବକ ସଂଘ ଓ କଳାରୁଦ୍ର ଯୁବକ ସଂଘ ମିଶି ଏଡସ ସଚେତନ ପଦଯାତ୍ରା କରିଥିଲେ। ଶେଷରେ ନେହେରୁ ଯୁବ କେନ୍ଦ୍ର ଜାତୀୟ ଯୁବ ସ୍ୱେଚ୍ଛାସେବୀ ତଥା କଳାରୁଦ୍ର ଯୁବକ ସଂଘର ପୂର୍ବତନ ସଭାପତି ସନତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।