ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ପାଣିପଞ୍ଚାୟତ ପଡିଆ ଠାରେ ଗୁରୁବାର ଖରୀଫ ଧାନ ପାଇଁ ମଣ୍ଡି ଉଦଘାଟିତ ହୋଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ତହସିଲଦାର ମିଲନ କୁମାର ଝାଙ୍କର, ଯୋଗାଣ ଅଧିକାରୀ ଶଙ୍କର କର ପଧାନ, ଜୋନ୍-୧ ଜିଲ୍ଲାପରିଷଦ ସଭ୍ୟ ମହେନ୍ଦ୍ର ରଣା, ପ୍ୟାକ୍ସ ସମ୍ପାଦକ ଭବାନୀ ଶଙ୍କର ସାହୁ, ପ୍ୟାକ୍ସ ଡିଇଓ ଅଚୀନ ଷଡଙ୍ଗୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ମଣ୍ଡି ଉଦଘାଟନ କରିଥିଲେ ।ଏଥିରେ ଆରଏମସି କର୍ମଚାରୀ ବିଜୟ ସାହୁ, ଅକ୍ଷୟ ସାହୁ, ଜିଲ୍ଲା ବିଜୁଯୁବ ଜନତା ଦଳ ସମ୍ପାଦକ ନନ୍ଦିକିଶୋର ଭୋଇ, ପ୍ୟାକ୍ସ କର୍ମଚାରୀ, ଡାଇରେକ୍ଟରଙ୍କ ପ୍ରତିନିଧି, ମିଲର୍ସ, ଏଜେଣ୍ଟ ଓ ଚାଷିମାନେ ଉପସ୍ଥିତ ଥିଲେ । ସମସ୍ତ ଚାଷୀଙ୍କ ଧାନ କେମିତି ମଣ୍ଡିରେ ବିକ୍ରି ହୋଇ ପାରିବ, କଟନୀ ଛଟନୀ ସମସ୍ୟା ସହ ଧାନ ଉଠାଣ ପାଇଁ ଯେମିତି ଅସୁବିଧା ନହେବ ସେଥିପ୍ରତି ଧାନ କ୍ରୟ କରୁଥିବା ସଂସ୍ଥାକୁ ଉପସ୍ଥିତ ଚାଷୀ ଓ ଜନପ୍ରତିନିଧି ମାନେ ଅନୁରୋଧ କରିଥିଲେ ।