ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଡୁଡୁକାଠେଙ୍ଗା ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଛି। ସରପଞ୍ଚ ହରିପ୍ରିୟା ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ଅତିରିକ୍ତ ତହସିଲଦାର ମୋହନ ଜେନା, ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ନାରାୟଣ ଭୋଇ, ଉଦ୍ୟାନ କୃଷି ଅଧିକାରୀଣୀ ବି. ବାସନ୍ତି, ସମିତି ସଭ୍ୟ ପାର୍ବତୀ ବାଗ ଓ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତର ବିଭିନ୍ନ ଗ୍ରାମ ରୁ ଅଭିଯୋଗ ନେଇ ଆସିଥିବା ହିତାଧିକାରୀଙ୍କ ଆବାସ ଘର, ରାସନ କାର୍ଡ, ଭତ୍ତା, ଜମି ମରାମତି ଭଲି ଅନ୍ୟାନ୍ୟ ଅଭିଯୋଗ ଓ ସମସ୍ୟା ଉପରେ ଅଭିଯୋଗ ଶୁଣିବା ସହ ସମାଧାନ କରିବା ଦିଗରେ ପ୍ରୟାସ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନନ୍ଦ ରାମ ସୁନାନୀ ଶିବିରକୁ ପରିଚାଳନା କରିଥିଲେ। ନାଏବ ସରପଞ୍ଚ ଖଗେଶ୍ୱର ବାଣୁଆ ଗ୍ରାମ ରୋଜଗାର ସେବକ ଶିବରାମ ଗହୀର ସମେତ ପଞ୍ଚାୟତ କର୍ମଚାରି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ଆବାସ ଗୃହ ପାଇଁ ୨୧୩ ଜଣ ରାସନ କାର୍ଡ ରେ ୬୩ ଭତ୍ତା ପାଇଁ ୨୭ ମନରେଗା ପାଇଁ ୨୮ ମଣ୍ଡି ପାଇଁ ତିନିଜଣ ଓ ସାମୁହିକ ୬ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.